ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଚିତ୍ର ଶିଳ୍ପୀ ସଂଘର ଏକ ସାଧାରଣ ସଭା ଜୁନାଗଡ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବୈଠକରେ ହିମାଂଶୁ ନାଏକ ଅଧ୍ୟକ୍ଷତା କରିଥିବାବେଳେ ଅତିଥି ଭାବେ ଧନୀରାମ ଦୁର୍ଗା ଯୋଗଦେଇ ସଂଘର କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବରେ ରାଜ୍ୟ ସମ୍ପାଦକ ରଞ୍ଜନ ମିଶ୍ର ଯୋଗଦେଇ ଚିତ୍ରଶିଳ୍ପୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ସଭାରେ ଶ୍ରୀମନ୍ତ ଭାଇ, ହରପ୍ରସାଦ ମାଝୀ, ସନ୍ତୋଷ ବାଗ, ପ୍ରେମ ଦୁର୍ଗା, ହଳଧର ନାଗ, ଗୋପାଳ ପାତ୍ର, ଚନ୍ଦ୍ରମଣି ସା, ଲଳିତ ବଣୁଆ ପ୍ରମୁଖଙ୍କ ସହ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଚିତ୍ର ଶିଳ୍ପୀମାନେ ଯୋଗଦେଇ ସଂଘର ବିସ୍ତାର ଉପରେ ଗୁରୁତ୍ୱାରୋପ କରିଥିଲେ।
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in