ବରିଷ୍ଠ ନାଗରିକ ମଙ୍ଗଳ ସଂଘ ପାଳନ କଲେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ

ରାୟଗଡ: ରାୟଗଡ ଜିଲ୍ଳା ବରିଷ୍ଠ ନାଗରିକ ମଙ୍ଗଳ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଗାୟତ୍ରୀ ନଗରସ୍ଥିତ କାର୍ଯ୍ୟାଳୟ ପରିସରରେ ସଂଘର ସଭାପତି ବିନୋଦ ଚନ୍ଦ୍ର ପଣ୍ଡା ଓ ଉପଦେଷ୍ଠା ନରସିଂହ ନାଥ ପାଢୀଙ୍କ ତତ୍ୱାବଧାନରେ କୋଭିଡ-୧୯ ନିୟମକୁ ଅନୁସରଣ କରି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ସଂଘର ଉପଦେଷ୍ଠା ଶ୍ରୀ ପାଢୀ ସଂଘର ପତାକା ଉତୋଳନ କରିଥିଲେ । ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

ସଭାପତି ବିନୋଦ ଚନ୍ଦ୍ର ପଣ୍ଡା, ଉପଦେଷ୍ଠା ନରସଂହ ନାଥ ପାଢୀ ଓ ସଂପାଦକ ଦେବେନ୍ଦ୍ର ମହାପାତ୍ର ପ୍ରମୁଖ ମଂଚାସୀନ ହୋଇ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ଉପଦେଷ୍ଠା ଶ୍ରୀ ପାଢୀ ବରିଷ୍ଠ ନାଗରିକଙ୍କ ସୁରକ୍ଷା, ନିରାପତା ଓ ଉନ୍ନତି ପାଇଁ ସରକାରଙ୍କ ବିଭିନ୍ନ ନିୟମ ଓ କାର୍ଯ୍ୟାବଳୀ ସଂପର୍କରେ ଆଲୋକପାତ କରିଥିବା ବେଳେ ସଭାପତି ଶ୍ରୀ ପଣ୍ଡା କୋଭିଡ-୧୯ ମହାମାରୀରୁ ସୁରକ୍ଷିତ ରହିବା ପାଇଁ ଉପସ୍ଥିତ ସଭ୍ୟମାନଙ୍କୁ ପରାମର୍ଶ ଦେଇ ସଂଘର ଉତୋରତର ଉନ୍ନତି କାମନା କରିଥିଲେ ।

ଦିବଂଗତ ସଭ୍ୟମାନଙ୍କ ଆତ୍ମାର ସଦ୍ଗ୍‌ତି ସକାଶେ ପାଇଁ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଭା କାର୍ଯ୍ୟକ୍ରମରେ କୁମୁଦ ସାମନ୍ତରାଏ, ରମେଶ ପଣ୍ଡା, ଗୈାରାଙ୍ଗ ବେର୍ବତା, ବାପି ପଟ୍ଟନାୟକ, ଶଙ୍କର୍ଷଣ ମଙ୍ଗରାଜ, ବଳରାମ ଚୈାଧୁରୀ, ରବିନ୍ଦ ସାହୁ, ଉଦୟଚନ୍ଦ୍ର ପଣ୍ଡା, ଲକ୍ଷ୍ମୀ ପାଣିଗ୍ରାହୀ, ଦ୍ୱାରକାନାଥ ନାୟକ, ସୁବାଷ ରଥ, କେ.ନରସିଂହ ମୂର୍ତୀ, ବାଳକୃଷ୍ଣ ଚୈାଧୁରୀ, ଚନ୍ଦ୍ର ଶେଖର ପାତ୍ର, ଭବାନୀ ପ୍ରଧାନ ପ୍ରମୁଖ ସଭ୍ୟବୃନ୍ଦ ଯୋଗ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସଭା କାର୍ଯ୍ୟକ୍ରମ ପରିଶେଷରେ ଉପଦେଷ୍ଠା ଶ୍ରୀ ପାଢୀ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.