ଜିଲ୍ଳା ପ୍ରଶାସନ ଲଗାମରେ ଏବେ କରୋନା, ପଜିଟିଭ୍ ସଂଖ୍ୟା ବୃଦ୍ଧିରେ ଲାଗୁଛି ବ୍ରେକ୍‌

୩୯ ଚିହ୍ନଟ ପରେ ୭୫୦୦ରେ ଆକ୍ରାନ୍ତଙ୍କ ସଂଖ୍ୟା, ୩୮ ମୃତ ଓ ୪୩୬ଜଣ ହେଉଛନ୍ତି ଚିକିତ୍ସିତ

ରାୟଗଡ: ମହାମାରୀ କରୋନା ପ୍ରକୋପ ଗତ କିଛି ଦିନ ହେଲା ରାୟଗଡ ଜିଲ୍ଳାରେ କମ ଦେଖିବାକୁ ମିଳିଛି । ଫଳରେ ଜିଲ୍ଳାର କରୋନା ଗ୍ରାଫ୍ ତଳମୁହାଁ ହେଉଥିବା ବେଳେ ବୃଦ୍ଧି ପାଉଥିବା ପଜିଟିଭ୍ ସଂଖ୍ୟାରେ ଲାଗିଛି ବ୍ରେକ । ପ୍ରଶାସନର ନିୟନ୍ତ୍ରଣରେ ରହୁଛି କରୋନା । ତେବେ ବୁଧବାର ଜଣଙ୍କ ମୃତ୍ୟୁ ହେବା ପରେ ଜିଲ୍ଳାରେ କରୋନାଜନୀତ ମୃତ୍ୟୁ ସଂଖ୍ୟା ୩୮କୁ ଛୁଇଁଛି । ଗୁରୁବାର ଦିନ ପୁଣି ୩୯ଜଣ ନୂଆ ପଜିଟିଭ୍ ଚିହ୍ନଟ ପରେ ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫୦୦ରେ ପଂହଚିଛି । ଏହି ୩୯ଜଣଙ୍କ ମଧ୍ୟରେ ୨୪ଜଣ ପୁରୁଷ ଓ ୧୫ଜଣ ମହିଳା ଆକ୍ରାନ୍ତ ରହିଥିବା ବେଳେ ୮ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି । ସେହିପରି କଂଟାକ୍ଟ ଟ୍ରେସିଂରୁ ୨୧ଜଣ ଓ ଆଇଏଲଆଇ/ସାରି ଲକ୍ଷଣ ଥିବା ୧୭ଜଣ ଚିହ୍ନଟ ହୋଇଥିବା ବେଳେ ୧୯ଜଣ ରୋଗୀ ହୋମ କ୍ୱାରେନଟାଇନରୁ ଚିହ୍ନଟ ହୋଇଛନ୍ତି । ରାୟଗଡ ଜିଲ୍ଳାର କାଶିପୁର ବ୍ଳକରୁ ସର୍ବାଧିକ ୧୬ଜଣ ଚିହ୍ନଟ ହୋଇଥିବା ବେଳେ ଗୁଡାରୀ ଓ ରାମନାଗୁଡା ବ୍ଳକରୁ ୪ଜଣ ଲେଖାଁଏ ଚିହ୍ନଟ ହୋଇଛନ୍ତି । ସେହିପରି ବିଷମକଟକ ବ୍ଳକରୁ ୩ଜଣ ଏବଂ ଗୁଣପୁର ଓ ରାୟଗଡ ସହାରାଂଚଳ ସମେତ କଳ୍ୟାଣସିଂହପୁର ଓ ପଦ୍ମପୁର ବ୍ଳକରୁ ୨ଜଣ ଲେଖାଁଏ ଚିହ୍ନଟ ହୋଇଥିବା ବେଳେ ଗୁଣପୁର ଓ ରାୟଗଡ ଗ୍ରାମାଂଚଳ, କୋଲନରା ଓ ମୁନିଗୁଡା ବ୍ଳକରୁ ଜଣେ ଲେଖାଁଏ ମୋଟ ୩୯ଜଣ ନୂଆ ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତମାନ ଜିଲ୍ଳାରେ ୮ଜଣ କରୋନା ଯୋଦ୍ଧାଙ୍କୁ ମିଶାଇ ମୋଟ ୭୯୨ଜଣ କରୋନା ଯୋଦ୍ଧା କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବା ବେଳେ ୮୩.୮୩ପ୍ରତିଶତ ସୁସ୍ଥତା ହାରରେ ୬୬୪ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୧୫.୬୬ପ୍ରତିଶତ ସକ୍ରିୟ ରୋଗୀ ହାରରେ ୧୨୪ଜଣ ଚିକିତ୍ସିତ ହେଉଥିବା ବେଳେ ୦.୬୦ପ୍ରତିଶତ ମୃତ୍ୟୁ ହାରରେ ୪ଜଣ କରୋନା ଯୋଦ୍ଧା ମୃତ୍ୟୁବରଣ କରିଛନ୍ତି ।ସେହିପରି ରାୟଗଡ ଜିଲ୍ଳାରେ ୯୩.୬୮ ପ୍ରତିଶତ ହାରରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୦୨୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫.୮୧ ପ୍ରତିଶତ ହାରରେ ୪୩୬ ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି ଏବଂ ୦.୫୧ ପ୍ରତିଶତ ମୃତ୍ୟୁ ହାରରେ ଆଜି ସୁଦ୍ଧା ୩୮ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜିଲ୍ଳା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Omkar Vasthu
Omkar Vasthu

ରାୟଗଡରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

Udyog Nursery
Udyogi Nursery

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.