ଶ୍ରେଣୀ ଗୃହ ବାହାରେ ପାଲିତ ହେଲା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ, ଜାଣନ୍ତୁ କାରଣ

ପ୍ରଶାସନିକ ଉଦାସୀନତା, ସାନିଟାଇଜ୍ ହୋଇନି ବିଦ୍ୟାଳୟ

ଧର୍ମଗଡ: କଲାହାଣ୍ଡି ଜିଲ୍ଳା ଜୁନାଗଡ ବ୍ଲକ ମାଟିଗାଁ ପଂଚାୟତ ଅଧିନସ୍ଥ ବୁଢ଼ୀପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟତ୍ରୀ ଲଷ୍ମୀପ୍ରିୟା ମୁଦୁଲିଙ୍କ ତତ୍ବାବଧାନରେ ମହାତ୍ମା ଗାନ୍ଧୀ ଓ ଲାଲଵାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରାଯାଇଛି। କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ଏହା ଶ୍ରେଣୀଗୃହ ବାହାରେ ପାଳନ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ବିଦ୍ୟାଲୟକୁ ମହାମାରୀ କରୋନା ପାଇଁ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ତଥା କ୍ୱାରେଣ୍ଟାଇନ ସେଣ୍ଟର କରଯାଇଥିଲା । ଜୁଲାଇ ପ୍ରଥମ ସପ୍ତାହ ଠାରୁ ଏଠାରେ କୌଣସି କରୋନା ରୋଗୀ ରହୁନାହାନ୍ତି। ଶେଷ ସମୟରେ ରହିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ କରୋନା ପଜିଟିଭ୍ ଚିହ୍ନଟ କରଯାଇଥିଲା। ହେଲେ ବର୍ତମାନ ସୁଦ୍ଧା ବିଦ୍ୟାଲୟକୁ ସାନିଟାଇଜ କରାଯାଇନାହିଁ। ତେଣୁ ଖୋଲା ଜାଗାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଲନ କରାଯାଇଛି।

ଦୁଇ ମହାପୁରୁଷଙ୍କ ଜୟନ୍ତୀ ପାଲନ ପରେ ବିଦ୍ୟାଲୟ ପରିସରରେ ବୃକ୍ଷ ରୋପଣ କରଯାଇଥିଲା। ଏହି ଅବସରରେ ବିଦ୍ୟାଲୟର ସହକାରୀ ଶିକ୍ଷୟତ୍ରୀ ସଂଯୁକ୍ତା ମଞ୍ଜରୀ ପଣ୍ଡା, ଅନଜ୍ଞ କୁମାର ମୁଣ୍ଡ, ଦୁର୍ଯ୍ୟୋଧନ ଭୋଇ, ରଂଜନ କୁମାର ସାହୁ, ସ୍ମୁତିରେଖା ପଟ୍ଟଯୋଶୀ, ସଂବଲି ମାଝି, ଲକ୍ଷ୍ମଣ ପାତ୍ର, ନିକୁଂଜ ଦଣ୍ଡସେନା, ସ୍ବେଛାସେବୀ ହିମାଂଶୁ ଶେଖର ନାଏକ, ବାନାମ୍ଵର ମେହେର, ୱର୍ଡମେମ୍ବର ପର୍ଶୁରାମ ପୁଝାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.