୩୨ ଚିହ୍ନଟ ପରେ ୭୫୩୨ରେ ପଂହଚିଲା ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା

୪୨୬ ଜଣ ହେଉଛନ୍ତି ଚିକିତ୍ସିତ ଓ ୩୮ଜଣଙ୍କ ହେଲାଣି ମୃତ୍ୟୁ

ରାୟଗଡ: ମହାମାରୀ କରୋନା ପ୍ରକୋପ ଗତ କିଛି ଦିନ ହେଲା ରାୟଗଡ ଜିଲ୍ଳାରେ କମ ଦେଖିବାକୁ ମିଳିଛି । ଫଳରେ ଜିଲ୍ଳାର କରୋନା ଗ୍ରାଫ୍ ତଳମୁହାଁ ହେଉଥିବା ବେଳେ ବୃଦ୍ଧି ପାଉଥିବା ପଜିଟିଭ୍ ସଂଖ୍ୟାରେ ଲାଗିଛି ବ୍ରେକ । ଶୁକ୍ରବାର ଦିନ ପୁଣି ଅର୍ଦ୍ଧଶତକ ତଳେ ରହିଛି ପଜିଟିଭ ଚିହ୍ନନଙ୍କ ସଂଖ୍ୟା । ନୂଆ ପଜିଟିଭ୍ ୩୨ଜଣ ଚିହ୍ନଟ ପରେ ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫୩୨ରେ ପଂହଚିଛି । ଏହି ୩୨ଜଣଙ୍କ ମଧ୍ୟରେ ୨୯ଜଣ ପୁରୁଷ ଓ ୩ ଜଣ ମହିଳା ଆକ୍ରାନ୍ତ ରହିଥିବା ବେଳେ କେହି ହେଲେ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇନାହାନ୍ତି । ସେହିପରି କଂଟାକ୍ଟ ଟ୍ରେସିଂରୁ ୨୨ ଜଣ ଓ ଆଇଏଲଆଇ/ସାରି ଲକ୍ଷଣ ଥିବା ୭ଜଣ ଚିହ୍ନଟ ହୋଇଥିବା ବେଳେ ୧୦ଜଣ ରୋଗୀ ହୋମ କ୍ୱାରେନଟାଇନରୁ ଚିହ୍ନଟ ହୋଇଛନ୍ତି । ରାୟଗଡ ଜିଲ୍ଳାର କାଶିପୁର ବ୍ଳକରୁ ସର୍ବାଧିକ ୨୧ ଜଣ ଚିହ୍ନଟ ହୋଇଥିବା ବେଳେ କୋଲନରା ବ୍ଳକରୁ ୩ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଗୁଣପୁର ଗ୍ରାମାଂଚଳ, ରାୟଗଡ ସହାରାଂଚଳ ଓ ଗ୍ରାମାଂଚଳରୁ ୨ଜଣ ଲେଖାଁଏ ଚିହ୍ନଟ ହୋଇଥିବା ବେଳେ ବିଷମକଟକ ଓ ପଦ୍ମପୁର ବ୍ଳକରୁ ଜଣେ ଲେଖାଁଏ ମୋଟ ୩୨ଜଣ ଚିହ୍ନଟ ହୋଇଛନ୍ତି । ବର୍ତମାନ ଜିଲ୍ଳାରେ ମୋଟ ୭୯୨ଜଣ କରୋନା ଯୋଦ୍ଧା କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବା ବେଳେ ୮୪.୦୯ ପ୍ରତିଶତ ସୁସ୍ଥତା ହାରରେ ୬୬୬ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୧୫.୪୦ ପ୍ରତିଶତ ସକ୍ରିୟ ରୋଗୀ ହାରରେ ୧୨୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୦.୬୦ ପ୍ରତିଶତ ମୃତ୍ୟୁ ହାରରେ ୪ଜଣ କରୋନା ଯୋଦ୍ଧା ମୃତ୍ୟୁବରଣ କରିଛନ୍ତି । ସେହିପରି ରାୟଗଡ ଜିଲ୍ଳାରେ ୯୩.୮୪ ପ୍ରତିଶତ ହାରରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୦୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫.୬୬ ପ୍ରତିଶତ ହାରରେ ୪୨୬ ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି ଏବଂ ୦.୫୦ ପ୍ରତିଶତ ମୃତ୍ୟୁ ହାରରେ ଆଜି ସୁଦ୍ଧା ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜିଲ୍ଳା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ରାୟଗଡାରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.