କାଣ୍ଡଲ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସମାରୋହ

କଳାହାଣ୍ଡ: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ କେସିଙ୍ଗା ବ୍ଲକ କାଣ୍ଡେଲ ଠାରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଉଡ୍ଡୁ, ସମ୍ମାନୀତ ଅତିଥି ଭାବେ କେସିଙ୍ଗା ବ୍ଲକର ପୂର୍ବ ଅଧ୍ୟକ୍ଷ ରୋହିତ ଭୋଇ, କେସିଙ୍ଗା ବ୍ଲକର ଉପାଧ୍ୟକ୍ଷ ରଜନୀକାନ୍ତ ପୋଢ, କାଣ୍ଡେଲ ସରପଞ୍ଚ ପଙ୍କଜ ଗଉଡ, କାଣ୍ଡଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ହରେକୃଷ୍ଣ ଧଳ ପ୍ରମୂଖ ମଞ୍ଚାସୀନ ଥିଲେ।


ବାପୁଜୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ଯୁବ ସମାଜସେବୀ ଦାମୋଦର ଗଉଡଙ୍କ ତତ୍ବବଧାନରେ ଯୁବଗୋଷ୍ଠୀ ତଥା ଗ୍ରାମବାସୀଙ୍କ ସହଯୋଗରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା।


ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ଶିଳ୍ପୀ ଋତୁରାଜ ନାଏକଙ୍କୁ ମାନପତ୍ର ଓ ଉପଢୌକନ ସହ ସମ୍ମାନୀତ କରାଯାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ, କେସିଙ୍ଗା ବ୍ଲକ କର୍ଲାଖୁଣ୍ଟା ଗ୍ରାମର ଋତୁରାଜ ନାଏକ ଏକ ଉଚ୍ଚ ମାନର ଚାରୁକଳା ଶିଳ୍ପୀ ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କ ଦ୍ବାରା ନିର୍ମିତ ଏହି ଭବ୍ୟ ପ୍ରତିମା ସାଧାରଣରେ ବେଶ ପ୍ରଶଂସନୀୟ ହୋଇପାରିଛି।


କାଣ୍ଡେଲ ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ ବୃକ୍ଷ ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମକୁ କଲ୍କିରାମ ବାଗ, କମ୍ବୁପାଣି ଗଉଡ, ଛନ୍ଦା ଚରଣ ବାଗ, ତ୍ରିଲକ୍ଷ ନାଏକ, ତ୍ରିପୁର ନାଏକ, ଗୋବିନ୍ଦ ଗଉଡ, କୁସୁମାଞ୍ଜଲ ଗଉଡ, କପିଳ ଗଉଡ, ଗଙ୍ଗାଧର ଦାଶ, ଉଦେସିଂ ନାଏକ, ଗିରିରାଜ ଗଉଡ, ଜନ୍ମେଜୟ ବାଗ, ଦୁଃଖିଶ୍ୟାମ ବାଗ, ତପନ କୁମାର ଗଉଡ, ପୂର୍ଣ୍ଣ ଗଉଡ, ଜୌତିଷ ଗଉଡ, ଲୋକନାଥ ଗଉଡ ଏବଂ ଅନ୍ୟମାନେ ସହଯୋଗ କରିଥିଲେ।

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.