ରକ୍ତଦାନ ଦିବସରେ ସମାଜସେବୀ ଇଂ.ବିମଳ ଚନ୍ଦ୍ର ଦାସ ସମ୍ବର୍ଦ୍ଧିତ

କଟକ: ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସରେ ରୋଟାରୀ କ୍ଲବ ଅଫ କଟକ, ବିଜୟାନନ୍ଦ ଯୁବ ପରିଷଦ, କମିଶନରେଟ ପୋଲିସ, ଏ.ଏଚ.ଡି.ଏଫ.ସି ବ୍ୟାଙ୍କ ମିଳିତ ସହଯୋଗରେ ସାଲେପୁର ବ୍ଲକ ଉପକଣ୍ଠ ଗୋପୀନାଥପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାପୀଠରେ ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ସମର୍ଦ୍ଧନା ପର୍ବ ଏବଂ ରକ୍ତଦାନ ଶିବିର ଅବସରରେ ଓଡ଼ିଶା ମୋ ପରିବାର – ଜୀବନବିନ୍ଦୁ କାର୍ଯ୍ୟକ୍ରମର ଯାଜପୁର ଜିଲ୍ଲା ସଂଯୋଜକ ତଥା ରାଜ୍ୟ ରକ୍ତଦାନ ସେଵା ଦିଗରେ ଅଗ୍ରଣୀ ସାମାଜିକ ସଂଗଠନ ‘ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ -ଓଡ଼ିଶା(ବିସିଟି)ର ପୂର୍ବତନ ସଭାପତି ସମାଜସେବୀ ଇଂ.ବିମଳ ଚନ୍ଦ୍ର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ମହତ ଦିବସରେ କେନ୍ଦ୍ରୀୟ ରକ୍ତଭଣ୍ଡାର କଟକ ଶାଖା, ରୋଟାରୀ କ୍ଲବ ଅଫ କଟକ, ବିଜୟାନନ୍ଦ ଯୁବ ପରିଷଦ, କମିଶନରେଟ ପୋଲିସ, ଏ.ଏଚ.ଡି.ଏଫ.ସି ବ୍ୟାଙ୍କ ଆଦି ସମସ୍ତ ସେଵା ବିଭାଗର କର୍ମକର୍ତ୍ତା ଵର୍ଗ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ରକ୍ତଦାନ ଆନ୍ଦୋଳନକୁ ତ୍ୱରାନ୍ୱିତ କରିବାକୁ ଆହ୍ଵାନ ଦେଇଛନ୍ତି।

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.