ଗାଁ ବିକାଶରେ ବାଧକ ସାଜିଛି ରାସ୍ତା

ପ୍ରଧାନ ମନ୍ତ୍ରୀ ସଡକ ନିର୍ମାଣ ପାଇଁ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ ତୁର୍କା ଗ୍ରାମବାସୀ

ଲାଞ୍ଜିଗଡ: ବଣ ପାହାଡ଼ ଭିତରେ ରାସ୍ତା ନଥିବା ଯୋଗୁଁ କିପରି ବନ୍ଦୀ ଜୀବନ ଜାପାନ କରୁଛନ୍ତି, ଏନେଇ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ତୁର୍କା ଗ୍ରାମବାସୀ ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତର ଗାଁ ତୁର୍କା।ଲାଞ୍ଜିଗଡ଼ ବ୍ଲକର ମୂଷାନାଳ ଠାରୁ ଭବାନୀପାଟଣା ରାସ୍ତାରେ ଯୁବାଗାଁଠାରୁ ୧୦ କିମି ଦୁର ଏହି ତୁର୍କା ଗାଁ। ଏହି ଗାଁରେ ୩୦ ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର ବସବାସ ରହୁଥିବା ବେଳେ ପ୍ରାୟ ୧୫୦ ଉର୍ଦ୍ଧ୍ବ ଏହି ଗାଁର ଜନସଂଖ୍ୟା। ଏହି ଗାଁର ମୁଖ୍ୟ ସମସ୍ୟା ହେଲା ରାସ୍ତା। ରାସ୍ତା ନଥିବା ଯୋଗୁଁ ଖାଲଖମାରେ ଭର୍ତ୍ତି, ମଝିରେ ମଝିରେ ପଥୁରିଆ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି ଗ୍ରାମବାସୀ। ଗ୍ରାମରେ ପ୍ରାଥମିକ ସ୍କୁଲ କି ଅଙ୍ଗନବାଡି କେନ୍ଦ୍ର ମଧ୍ୟ ନାହିଁ।ଅଙ୍ଗନବାଡି କେନ୍ଦ୍ର ପାଇଁ ୧୦ କିମି ଜାମଛୁଆ ଗାଁକୁ ଯିବାକୁ ପଡୁଛି। ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ଦେଖି ନାହାନ୍ତି ଗାଁ ଲୋକେ। ସ୍ୱାସ୍ଥ୍ୟ ହେଉ ଅବା ନିତିଦିନିଆ ଆବଶ୍ୟକିୟ ସାମଗ୍ରୀ, ପିଡିଏସ ସାମଗ୍ରୀ ପାଇଁ ୧୦ କିମି ଖାଲଖମା ପଥୁରିଆ ରାସ୍ତା ଦେଇ ରାଣୀ ଚଞ୍ଚରା ଝରଣା ପାର ହୋଇ ପଞ୍ଚାୟତ କାର୍ଯାଳୟକୁ ଯାଉଥିବା ବେଳେ ରାସ୍ତା ବନା ତାହା ସମ୍ଭବ ହେଉନାହିଁ। ଯାହା ଫଳରେ ଗର୍ଭବତୀ, ପ୍ରସୂତି ମହିଳାଙ୍କୁ ଖଟିଆରେ ବୋହି ଏହି ରାସ୍ତା ଦେଇ ଜିବାକୁ ପଡିଥାଏ। ତେଣୁ ଗ୍ରାମବାସୀ ସମ୍ପୂର୍ଣ୍ଣ ଭାବେ ରାସ୍ତା ନଥିବା ଯୋଗୁଁ ବନ୍ଦୀ ଜୀବନ କାଟୁଥିବା ପ୍ରକାଶ କରିଛନ୍ତି।

ରାସ୍ତା ପାଇଁ ଗ୍ରାମବାସୀ ଗତ ମେ ମାସରେ କଳାହାଣ୍ଡି ଜିଲ୍ଲାପାଳ ନିକଟରେ ଲିଖିତ ଅଭିଯୋଗ କରିଥିବା ମଧ୍ୟ କହିଛନ୍ତି। ପ୍ରଶାସନ ନିକଟରେ ଗୁହାରି କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ପ୍ରକାଶ କରିଛନ୍ତି ଗାଁ ଲୋକେ। ସରକାର ଅପହଞ୍ଚ ଇଲାକାରେ ରାସ୍ତା ନିର୍ମାଣ କରି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ସବୁ ନେଉଛନ୍ତି। ହେଲେ ଶାସନ କାଳର ଦୂରଦୃଷ୍ଟି ଅଭାବରୁ ବିକାଶର ସ୍ରୋତରେ ସାମିଲ ହେବାରୁ ବଞ୍ଚିତ ରହିଯାଇଛି ଏଇ ଆଦିବାସି ଅଧୁଷିତ ତୁର୍କା ଗାଁ। ଜିଲ୍ଲାପାଳଙ୍କୁ ୪ ମାସ ହେଲା ଲିଖିତ ଅଭିଯୋଗ ପରେ ଆଜି ତୁର୍କା ଗାଁର ନବୀନ ମାଝୀ, କିଶୋର ମାଝୀ, ପୁଙ୍ଗରି ମାଝୀ, ଚିତ୍ର ମାଝୀ, ଘାସି ମାଝୀ, ଲୋଚନ ମାଝୀ, ଭାନୁ ମାଝୀ, ଶିବ ମାଝୀ, ମୋହନ ମାଝୀ ଓ ମନୁ ମାଝୀ ଲାଞ୍ଜିଗଡ଼ ବିଡ଼ିଓ ଶ୍ରୀ ମିଶ୍ରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ଏନେଇ ଲାଞ୍ଜି ସରପଞ୍ଚ ବିଷ୍ଣୁ ଚରଣ ଭୋଇଙ୍କୁ ପଚାରିବାରୁ ବର୍ତ୍ତମାନ ୨ ମାସ ହେଲା ୫ଲକ୍ଷ ଟଙ୍କା ଖର୍ଚ୍ଚ କରି ୨ କିମି ରାସ୍ତା ନିର୍ମାଣ ହୋଇଛି।ପଥୁରିଆ ରାସ୍ତା ପାଇଁ ମାଟି କାମ ସମ୍ଭବ ହେଉନାହିଁ ବୋଲି ପ୍ରକାଶ କରିଛନ୍ତି। ଏନେଇ ଲାଞ୍ଜିଗଡ଼ ବିଡ଼ିଓ ଶ୍ରୀ ମିଶ୍ରଙ୍କୁ ପଚାରିବାରୁ ଆଜି ତୁର୍କା ଗାଁ ବାସୀ ରାସ୍ତା ନିର୍ମାଣ ପାଇଁ ଲିଖିତ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.