କରୋନା ଯୋଦ୍ଧା, ଆମ ସମୟର ଆଦର୍ଶ : କୃଷକ ବନ୍ଧୁ ଇଂ.ମାନସ କୁମାର ଲେଙ୍କା

କଟକ: କଳା, ସାହିତ୍ୟ, ସଂସ୍କୃତିର ଜୟଗାନ କରୁଥିବା ମହତ ଅନୁଷ୍ଠାନ ସରସ୍ୱତୀ କଳା ପରିଷଦ କଳାବିହାର, କନ୍ଦରପୁର, କଟକ ପକ୍ଷରୁ କରୋନା ମହାମାରୀ ଭଳି ସମାଜର ଦୁର୍ଦ୍ଦିନରେ ଅହରହ ଦେଶ, ଜାତି ପାଇଁ ନିସ୍ୱାର୍ଥପର ଭାବରେ କାର୍ଯ୍ୟ କରୁଥିବା ପ୍ରଶାସନିକ ଅଧିକାରୀ, ଅଶା କର୍ମୀ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ସମାଜସେବୀ, ସରପଂଚ, ଗଣମାଧ୍ୟମ ପ୍ରତିନିଧି ଆଦି ସମସ୍ତ ବର୍ଗଙ୍କୁ “କରୋନା ଯୋଦ୍ଧା ସମ୍ମାନ – ୨୦୨୦” ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ନିରାଡ଼ମ୍ବର ଭାବରେ ସାମାଜିକ ଦୂରତା ବଜାୟ ରଖି ପ୍ରଦାନ କରାଯାଇଛି।

ଏହି ସମ୍ମାନ ପର୍ବର ପ୍ରଥମ ପର୍ଯ୍ୟାୟରେ ଉଦଘାଟକ ଭାବେ ସମାଜସେବୀ କରୁଣାକର ପ୍ରଧାନ ଓ ବରେଣ୍ୟ ଅତିଥି ଭାବେ ସମାଜସେବୀ କୃଷକବଂଧୁ ମାନସ ଲେଙ୍କା ଯୋଗ ଦେଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ କନ୍ଦରପୁର ଥାନା ଭାରପ୍ରାପ୍ତ ଅଧିକାରୀ ସତ୍ୟଜିତ ଦାସ, ଅତିରିକ୍ତ ଭାରପ୍ରାପ୍ତ ଅଧିକାରୀ ଚିତ୍ତରଂଜନ ବଳବନ୍ତରାୟ, ଶଶୀକାନ୍ତ ବେହେରା ଯୋଗଦାନ ପୂର୍ବକ ପରିଷଦ ପକ୍ଷରୁ ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ, ସଭାପତି ନାରୀନେତ୍ରୀ ପ୍ରତିଭା ଶତପଥୀ, ସଂଯୋଜକ ଚକ୍ରବର୍ତ୍ତୀ ଓତା, ସମାଜସେବୀ ଦୀପକ ସାହୁ, ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ, ଦୈତାରୀ ପ୍ରଧାନ, ସମାଜସେବୀ ଅଭିରାମ ସାହୁ, ରଶ୍ମିକାନ୍ତ ଶତପଥୀ, ଅଜୟ ଦାସ, ଶ୍ରମିକ ନେତା ଦେବୀ ପ୍ରସାଦ ପତି, କୃଷକବଂଧୁ ଦୁର୍ଗାଚରଣ ପରିଡା, ମିଡ଼ିଆ ସେଲ ଅଧ୍ୟକ୍ଷ ଇଂ.ସେବକ ଶ୍ରୀକାନ୍ତ, ବାବା ବାବୁ, ସନ୍ତ ବାବୁ, ହେମନ୍ତ ପ୍ରଧାନ, ବାବୁଲି ପାତ୍ର, ପ୍ରଲବ୍ୟ ମହାପାତ୍ର, ଇଂ.ଅମୀୟ ରଂଜନ ପଟ୍ଟନାୟକ, ପପିନା ବେହେରା, ସତ୍ୟବ୍ରତ ଭୋଇ, ମନୋରଞ୍ଜନ ସାହୁ, ଗୁଡୁଲି ବାରିକ, ସୁହାନି ସାହୁ, ପ୍ରିୟାଶୀ ସାହୁ ପ୍ରମୁଖ ଉପସ୍ଥିତ ରହି କରୋନା ଯୋଦ୍ଧାମାନଙ୍କୁ ସାଧୁବାଦ ଜଣାଇବା ସହ ଉତ୍ସାହିତ କରିଥିଲେ।


ସାମ୍ବାଦିକ ଆବଶ୍ୟକ

ରାଜ୍ୟର ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ୍ ‘ଓଡ଼ିଆ ବାର୍ତ୍ତା’ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଳକ୍ ପାଇଁ ସାମ୍ବାଦିକ ଆବଶ୍ୟକ। ପ୍ରାର୍ଥୀଙ୍କର ଓଡ଼ିଆରେ ଖବର ଲେଖିବା ଓ ପଢ଼ିବା ଦକ୍ଷତା ଥିବା ଦରକାର। ଇଚ୍ଛୁକ ପ୍ରାର୍ଥୀ ନିମ୍ନ ଇମେଲ୍ ଆଇଡି/ ହ୍ଵାଟ୍ସଆପ୍ ନମ୍ବରରେ ନିଜ ବାୟୋଡାଟା ପଠାଇ ପାରିବେ।
ଇମେଲ୍: odiabarta.in@gmail.com
ହ୍ଵାଟ୍ସଆପ୍: 8917488843, 9938946520
ୱେବସାଇଟ୍: www.odiabarta.in

କରୋନା ଯୋଦ୍ଧା ଭାବରେ ପରିଷଦର ସମସ୍ତ କର୍ମକର୍ତ୍ତାମାନେ ମଧ୍ୟ କନ୍ଦରପୁର ଅଂଚଳ ବିଶୋଧନ କରିବା, ରକ୍ତଦାନ ସେଵା, କରୋନା ଯୋଦ୍ଧା ମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ, ସରକାରଙ୍କ ନିୟମକୁ ମାନିବା ସର୍ବୋପରି “ପ୍ରତିରୋଧ ହିଁ ପ୍ରତିକାର” ନିୟମକୁ ପାଳନ ପୂର୍ବକ ସମସ୍ତ ମହନୀୟ ସେଵାକାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରସଂଶା କରାଯାଇଛି।

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.