ହାଥରସ୍ ଓ ବଳରାମପୁର ଦୁର୍ଷ୍କମ ପୀଡିତାଙ୍କୁ ନ୍ୟାୟ ପାଇଁ ଦାବି: ବହୁଜନ ସମାଜ ପାର୍ଟି ଓ ବାମସେଫ ପକ୍ଷରୁ କ୍ୟାଣ୍ଡଲ ଶୋଭାଯାତ୍ରା

ରାୟଗଡ: ଉତ୍ତର ପ୍ରଦେଶର ହାଥରସ୍ ଏବଂ ବଳରାମପୁର ଠାରେ ଦୁଇଟି ପୃଥକ୍ ଗଣଦୁର୍ଷ୍କମ ପରେ ପୀଡିତାଙ୍କୁ ନିର୍ମମ ହତ୍ୟା କରାଯାଇଥିବାରୁ ପୀଡିତାଙ୍କ ପରିବାରଙ୍କୁ ନ୍ୟାୟ ପ୍ରଦାନ ପାଇଁ ମହାମହୀମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କ ଜରିଆରେ ରାୟଗଡ ଜିଲ୍ଳା ବହୁଜନ ସମାଜ ପାର୍ଟି ଏବଂ ବାମସେଫ ରାୟଗଡ ଜିଲ୍ଳା ୟୁନିଟ ପକ୍ଷରୁ ମଙ୍ଗଳବାର ଦିନ ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଏହି ଦାବିପତ୍ରରେ ଦୋଷୀଙ୍କୁ କଡା ଦଣ୍ଡବିଧାନ ଦେବା ସହ ପୀଡିତାଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ଦାବି କରାଯାଇଛି । ଉତ୍ତରପ୍ରଦେଶ ସରକାର ଦୋଷୀଙ୍କୁ ଦଣ୍ଡ ଦେବା ପରିବର୍ତେ ପୀଡିତାଙ୍କ ପରିବାର ବର୍ଗଙ୍କ ନାରକୋ ଟେଷ୍ଟ କରିବା ପାଇଁ ଚାପ ପ୍ରୟୋଗ କରୁଛି ଯାହାକି ଅସାମ୍ବାଧାନିକ ଏବଂ ବେଆଇନ ।


ସାମ୍ବାଦିକ ଆବଶ୍ୟକ

ରାଜ୍ୟର ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ୍ ‘ଓଡ଼ିଆ ବାର୍ତ୍ତା’ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଳକ୍ ପାଇଁ ସାମ୍ବାଦିକ ଆବଶ୍ୟକ। ପ୍ରାର୍ଥୀଙ୍କର ଓଡ଼ିଆରେ ଖବର ଲେଖିବା ଓ ପଢ଼ିବା ଦକ୍ଷତା ଥିବା ଦରକାର। ଇଚ୍ଛୁକ ପ୍ରାର୍ଥୀ ନିମ୍ନ ଇମେଲ୍ ଆଇଡି/ ହ୍ଵାଟ୍ସଆପ୍ ନମ୍ବରରେ ନିଜ ବାୟୋଡାଟା ପଠାଇ ପାରିବେ।
ଇମେଲ୍: odiabarta.in@gmail.com
ହ୍ଵାଟ୍ସଆପ୍: 8917488843, 9938946520
ୱେବସାଇଟ୍: www.odiabarta.in

ଏହି ଦୁଇଟି ଘଟଣାର ତଦନ୍ତ ଭାର ସୁପ୍ରିମ କୋର୍ଟର ମାନ୍ୟବର ଜଜ ନଚେତ ଏସଆଇଟି କିମ୍ବା ସିବିଆଇ ଦ୍ୱାରା କରାଯାଉ ବୋଲି ନିର୍ଦ୍ଦେଶ କରାଯାଉ ବୋଲି ଦାବିପତ୍ରରେ ଉଲ୍ଳେଖ ରହିଛି ।

ସେହିପରି ବହୁଜନ ସମାଜ ପାର୍ଟି, ରାୟଗଡ ଜିଲ୍ଳା ସଭାପତି ଜିତେନ୍ଦ୍ର ଜାକାକା ଓ ବାମସେଫର ସଭାପତି ହରି ମହାନନ୍ଦିଆ, ସାଧାରଣ ସଂପାଦକ ମୀନାରାଓ ଉଲାକଙ୍କ ନେତୃତ୍ୱରେ ସ୍ଥାନୀୟ ତହସିଲ ଛକ ଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଗାନ୍ଧୀ ପାର୍କ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.