ସାମ୍ବାଦିକ ସ୍ୱର୍ଗତଃ ତାରିଣୀ ପାଢୀଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା ପ୍ରଦାନ ଦାବି

ରାୟଗଡ ଜିଲ୍ଳା କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ଦାବିପତ୍ର

ରାୟଗଡ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ କନ୍ଧମାଳରେ କାର୍ଯ୍ୟରତ ଥିବା ବରିଷ୍ଠ ସାମ୍ବାଦିକ ତଥା “ପ୍ରମେୟ” ଖବରକାଗଜର ଜିଲ୍ଳା ପ୍ରତିନିଧି ସାମ୍ବାଦିକ ତାରିଣୀ ପାଢୀଙ୍କ ଅକାଳ ବିୟୋଗ ହୋଇଥିଲା । ସାମ୍ବାଦିକ ତାରିଣୀ ପାଢୀଙ୍କ ମୃତ୍ୟୁ ଘଟଣା ସାମ୍ବାଦିକ ମହଲକୁ ସ୍ତବ୍ଧ କରି ଦେଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସ୍ୱର୍ଗତଃ ପାଢୀ ନିଜ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ରହିଥିବାରୁ ସରକାରୀ ସହାୟତା ତାଙ୍କ ପରିବାର ପାଇଁ ଜରୁରୀ ହୋଇ ପଡିଛି । କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ରାଜ୍ୟ ସରକାର ୧୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଗତ ଏପ୍ରିଲ ୨୭ତାରିଖରେ ଘୋଷଣା କରିଥିଲେ । ତେଣୁ ସ୍ୱର୍ଗତଃ ପାଢୀଙ୍କ ପରିବାରକୁ ଯଥା ଶୀଘ୍ର ଆର୍ଥିକ ସହାୟତା ପ୍ରଦାନ କରିବାକୁ ରାୟଗଡ ଜିଲ୍ଳାର କାର୍ଯ୍ୟରତ ସାମ୍ବାଦିକବୃନ୍ଦ ପକ୍ଷରୁ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କୁ ମଙ୍ଗଳବାର ଦିନ ପ୍ରଦାନ କରାଯାଇଛି ।

Udyog Nursery
Udyogi Nursery

ସାମ୍ବାଦିକ ଆବଶ୍ୟକ

ରାଜ୍ୟର ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ୍ ‘ଓଡ଼ିଆ ବାର୍ତ୍ତା’ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଳକ୍ ପାଇଁ ସାମ୍ବାଦିକ ଆବଶ୍ୟକ। ପ୍ରାର୍ଥୀଙ୍କର ଓଡ଼ିଆରେ ଖବର ଲେଖିବା ଓ ପଢ଼ିବା ଦକ୍ଷତା ଥିବା ଦରକାର। ଇଚ୍ଛୁକ ପ୍ରାର୍ଥୀ ନିମ୍ନ ଇମେଲ୍ ଆଇଡି/ ହ୍ଵାଟ୍ସଆପ୍ ନମ୍ବରରେ ନିଜ ବାୟୋଡାଟା ପଠାଇ ପାରିବେ।
ଇମେଲ୍: odiabarta.in@gmail.com
ହ୍ଵାଟ୍ସଆପ୍: 8917488843, 9938946520
ୱେବସାଇଟ୍: www.odiabarta.in

ଏହି ଦାବିପତ୍ର ପ୍ରଦାନ ବେଳେ ସାମ୍ବାଦିକ ନବୀନଚନ୍ଦ୍ର ସାହୁ, ରଂଜନ ରଥ, ଅମଜଦ୍ ଅଲି, ଶିବ ନାରାୟଣ ଗଉଡ, ନିରଂଜନ ପାଳ, ସନ୍ତୋଷ କୁମାର ଦଳେଇ, ସହଦେବ ସାହୁ, ଯୋଗେଶ୍ୱର ଦାସ, ଗୋପିନାଥ ଗୈାଡ, ସଂଗ୍ରାମ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

 

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.