ରାୟଗଡ: ରାୟଗଡ ଜିଲ୍ଳା ସଦର ମହକୁମା ଠାରେ ଥିବା ଉତ୍କଳ ଗୈାରବ ମଧୁସୂଦନ ବୈଷୟିକ ଶିକ୍ଷାନୁଷ୍ଠାନ (ୟୁଜିଏମଆଇଟି)ର ପ୍ରଥମ ଅଧ୍ୟକ୍ଷ ମଧୁସୂଦନ ମହାନ୍ତିଙ୍କ ୯୦ବର୍ଷ ବୟସରେ କଟକସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି ।
ସ୍ୱଗର୍ତ ମହାନ୍ତି କଟକ ଠାରେ ୧୯୩୦ ମସିହା ଫେବୃୟାରୀ ୨୨ତାରିଖରେ କଟକ ଠାରେ ଜନ୍ମ ଗ୍ରହଣ କରି ଶିକ୍ଷା ସମାପ୍ତି ପରେ ରାୟଗଡ ସ୍ଥିତ ସରକାରୀ ବିବିଧ ବୈଷୟିକ ବିଦ୍ୟାଳୟ ଠାରେ ପ୍ରଥମ ଅଧ୍ୟକ୍ଷ ଭାବେ ୧୯୭୯ ମସିହା ଅଗଷ୍ଟ ୨୯ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ । ନିଜ କର୍ମକୁଶଳତା ବଳରେ ଦୀର୍ଘ ୧୦ବର୍ଷ କାଳ ଅଧ୍ୟକ୍ଷ ରହି ସଂପୂର୍ଣ୍ଣ ନୂଆ ଅନୁଷ୍ଠାନଟିକୁ ଦକ୍ଷ ବିଶ୍ୱକର୍ମାଙ୍କ ପରି ସେ ଜୀବନ୍ୟାସ ଦେଇ ପ୍ରାଣ ପ୍ରତିଷ୍ଠା କରିଥିଲେ । ତାଙ୍କ ଦ୍ୱାରା ହାତଗଢା ଏହି କ୍ଷୁଦ୍ର ବୈଷୟିକ ଅନୁଷ୍ଠାନ ସଂମ୍ପ୍ରତି ଉତ୍କଳର ବରପୁତ୍ର ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ ନାମ ଅନୁସାରେ ‘ଉତ୍କଳ ଗୈାରବ ମଧୁସୂଦନ ବୈଷୟିକ ଶିକ୍ଷାନୁଷ୍ଠାନ’ନାମରେ ରାୟଗଡ ଜିଲ୍ଳାରେ ସର୍ବବୃହତ ସରକାରୀ ପଲିଟେକନିକ୍ର ପ୍ରସିଦ୍ଧି ଲାଭ କରିଛି ।
ସାମ୍ବାଦିକ ଆବଶ୍ୟକ
ରାଜ୍ୟର ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ୍ ‘ଓଡ଼ିଆ ବାର୍ତ୍ତା’ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଳକ୍ ପାଇଁ ସାମ୍ବାଦିକ ଆବଶ୍ୟକ। ପ୍ରାର୍ଥୀଙ୍କର ଓଡ଼ିଆରେ ଖବର ଲେଖିବା ଓ ପଢ଼ିବା ଦକ୍ଷତା ଥିବା ଦରକାର। ଇଚ୍ଛୁକ ପ୍ରାର୍ଥୀ ନିମ୍ନ ଇମେଲ୍ ଆଇଡି/ ହ୍ଵାଟ୍ସଆପ୍ ନମ୍ବରରେ ନିଜ ବାୟୋଡାଟା ପଠାଇ ପାରିବେ।
ଇମେଲ୍: odiabarta.in@gmail.com
ହ୍ଵାଟ୍ସଆପ୍: 8917488843, 9938946520
ୱେବସାଇଟ୍: www.odiabarta.in
ଆଜି ଏହି ଦାରୁଣ ଦୁଃସମ୍ବାଦ ପ୍ରାପ୍ତ ହୋଇ ୟୁଜିଏମଆଇଟିର ଅଧ୍ୟକ୍ଷ ଏମ.ଶ୍ରୀନିବାସୀ ରାଓ, ସମସ୍ତ କର୍ମଚାରୀ, ଅନୁଷ୍ଠାନର ପୁରାତନ ବିରଷ୍ଠ ଛାତ୍ର ଆଂଚଳିକ ଶିଳ୍ପକେନ୍ଦ୍ର, ରାୟଗଡର ଶିଳ୍ପ ବିକାଶ ଅଧିକାରୀ ସବ୍ୟସାଚୀ ସାହୁ, ଅବସରପ୍ରାପ୍ତ ବରିଷ୍ଠ ଉପଦେଷ୍ଠା ତିରୁପତି ବାଲାଜୀ ରଥ ପ୍ରମୁଖ ୟୁଜିଏମଆଇଟି ସ୍ଥିତ ମଧୁସୂଦନଙ୍କ ପ୍ରତିମୂର୍ତି ନିକଟରେ ଉପସ୍ଥିତ ହୋଇ ଦିବଂଗତ ଆତ୍ମାଙ୍କର ସଦ୍ଗ୍ତି କାମନା କରି ପୁଷ୍ପମାଲ୍ୟ ଅର୍ପଣ ସହ ୨ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଶ୍ରୀ ମହାନ୍ତିଙ୍କ ପରଲୋକରେ ୟୁଜିଏମଆଇଟିର ସମସ୍ତ କର୍ମଚାରୀ ଏବଂ ରାୟଗଡ ଲେଦଦ ଟେକ୍ନୋଲୋଜି ୱେଲଫେୟାର ସୋସାଇଟି (ଆରଏଲଟିଡବ୍ଳ୍ୟୁଏସ) ର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି ।
ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in