ସଂକ୍ରମଣ ତାଲିକାରେ ୧୧ ଜଣ ପଜିଟିଭ୍ ଚିହ୍ନଟ ପରେ ରାୟଗଡ ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୭୬୫୮
ରାୟଗଡ: ଅକ୍ଟୋବର ମାସ ପହିଲାରୁ କରୋନା ସଂକ୍ରମଣରେ ଲାଗିଛି ବ୍ରେକ । ଆଉ ବୃଦ୍ଧି ପାଉନାହିଁ ପଜିଟିଭଙ୍କ ସଂଖ୍ୟା । ଫଳରେ ଜିଲ୍ଳା ପ୍ରଶାସନର ଲଗାମରେ ରହିଛି କରୋନା । ଗତ ୫ଦିନ ମଧ୍ୟରେ ପଜିଟିଭ୍ ଆକ୍ର୍ରାନ୍ତଙ୍କ ସଂଖ୍ୟା ୬୦ ମଧ୍ୟରେ ରହିଥିବା ବେଳେ ଅକ୍ଟୋବର ୧ତାରିଖରୁ ୬ ମଧ୍ୟରେ ୧୮୭ଜଣ ଚିହ୍ନଟ ହୋଇଛନ୍ତି । ରାୟଗଡ ଜିଲ୍ଳାରେ ମଙ୍ଗଳବାର ଦିନ ମାତ୍ର ୧୧ ଜଣ ନୂଆ ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ବର୍ତମାନ ଜିଲ୍ଳାରେ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୬୫୮କୁ ଛୁଇଁଥିବା ନେଇ ଜିଲ୍ଳା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏହି ୧୧ ଜଣଙ୍କ ମଧ୍ୟରେ ୧୦ ଜଣ ପୁରୁଷ ଓ ଜଣେ ମହିଳା ଆକ୍ରାନ୍ତ ରହିଛନ୍ତି । ସେହିପରି ମୋଟ ୭୬୫୮ ଜଣ ପଜିଟିଭ୍ ଆକ୍ରାନ୍ତଙ୍କ ମଧ୍ୟରେ ୭୩୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୮୫ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି ୫ଜଣ ହୋମ କ୍ୱାରେନଟାଇନରୁ ଚିହ୍ନଟ ହୋଇଥିବା ବେଳେ କଂଟାକ୍ଟ ଟ୍ରେସିଂରୁ ୨ ଜଣ ଓ ଆଇଏଲଆଇ/ସାରି ଲକ୍ଷଣ ଥିବା ୭ ଜଣ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର ୧୧ ଜଣଙ୍କ ମଧ୍ୟରେ କେହି କରୋନା ଯୋଦ୍ଧା ଚିହ୍ନଟ ହୋଇ ନାହାନ୍ତି । ଫଳରେ ଜିଲ୍ଳାରେ ୭୯୬ ଜଣ କରୋନା ଯୋଦ୍ଧା ହିଁ ଆକ୍ରାନ୍ତ ହୋଇଥିବା ବେଳେ ୬୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୧୧୩ ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି ଜିଲ୍ଳାର କାଶିପୁର ଓ ମୁନିଗୁଡା ବ୍ଳକରୁ ୩ଜଣ ଲେଖାଁଏ ଚିହ୍ନଟ ହୋଇଥିବା ବେଳେ ଗୁଣପୁର ଓ ରାୟଗଡ ସହରାଂଚଳରୁ ୨ଜଣ ଲେଖାଁଏ ଏବଂ ବିଷମକଟକ ବ୍ଳକରୁ ଜଣେ ମୋଟ ୧୧ ଜଣ ଚିହ୍ନଟ ହୋଇଛନ୍ତି । ବର୍ତମାନ ରାୟଗଡ ଜିଲ୍ଳାରେ ୯୫.୭୭ ପ୍ରତିଶତ ସୁସ୍ଥତା ହାର ଓ ସକ୍ରିୟ ହାର ୩.୭୨ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ୦.୫୧ ପ୍ରତିଶତ ହାରରେ ୩୯ ଜଣଙ୍କ ମୃତ୍ୟୁ ହୋଇଛିି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in