ଅଜଣା ବାଇକ ଧକ୍କାରେ ଯୁବକ ଗୁରୁତର: ଦେବଦୂତ ସାଜି ଜୀବନ ରଖିଲେ ମନୋଜ ସାହୁ

କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର-ରିଷିଡ଼ା ପୂର୍ତ୍ତବିଭାଗ ରାସ୍ତାରେ ପ୍ରତିମାସରେ ଦୁଇତିନୋଟି ଦୁର୍ଘଟଣା ଘଟୁଥିବାବେଳେ ମଙ୍ଗଳବାର ସନ୍ଧ୍ୟା ୬ଘଂଟା ୨୦ମିନିଟ ସମୟରେ ଏକ ଅଜଣା ବାଇକ ଧକ୍କା ଦେବା ଫଳରେ ରାସ୍ତାକଡ଼ରେ ଛିଟିକି ପଡ଼ିଥିବା ଜଣେ ଯୁବକଙ୍କୁ ସେହି ରାସ୍ତାଦେଇ ଯାଉଥିବା ମନୋଜ ସାହୁ ଦେବଦୂତ ଭଳି ଉଦ୍ଧାର କରି ଜୀବନ ରକ୍ଷା କରିଛନ୍ତି । ସୂଚନା ମୁତାବକ ମ.ରାମପୁର-ରିଷିଡ଼ା ପୂର୍ତ୍ତ ବିଭାଗ ରାସ୍ତା ନୁନପୁର ଛକ ଏବଂ ଜାମବାହାଲି ଛକ ମଝିରେ ଅରସକୁପା ଗ୍ରାମର ମିନିକେତନ ଧରୁଆ(୩୫) ମ.ରାମପୁରକୁ ଔଷଧ ଆଣିବାକୁ ଯାଉଥିବାବେଳେ ମ.ରାମପୁରପଟରୁ ଯାଉଥିବା ଏକ ଅଜଣା ବାଇକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ମିନି କେତନ ସେଠାରେ ଛିଟିକି ପଡ଼ିଥିଲେ । ସନ୍ଧ୍ୟା ହେଇସାରିଥିବା କାରଣରୁ ଲୋକଟି ଖସି ପଳାଇଥିଲେ ସୁଦ୍ଧା ତାହା ଏକ ପଲସର ଥିଲା ବୋଲି ମିନିକେତନ କହିଛନ୍ତି ।

ଡମ୍ବକର୍ଲାଖୁଣ୍ଟାର ମନୋଜ ସାହୁ ସେତିକିବେଳେ ସେହି ରାସ୍ତାରେ ଯାଉଥିବାବେଳେ ତାଙ୍କୁ ଦେଖି ସେ ତୁରନ୍ତ ଉଦ୍ଧାର କରିଥିବାବେଳେ ପରେ କିଛି ଲୋକ ସେଠାକୁ ଆସିଥିଲେ ସୁଦ୍ଧା କରୋନା ଭୟରେ କେହି ସେହି ଆହତ ବ୍ୟକ୍ତିଙ୍କୁ ଛୁଇଁ ମଧ୍ୟ ନଥିଲେ । ପରେ ମନୋଜ ଆମ୍ବୁଲାନ୍ସ ଡ଼କାଇ ଆହତଙ୍କୁ ମ.ରାମପୁର ଡ଼ାକ୍ତରଖାନରେ ଭର୍ତ୍ତି କରିବା ସହିତ ତାଙ୍କରି ଚିକିତ୍ସା କରାଇବା ସହିତ ଅରସକୁପା ମିନିକେତନଙ୍କ ପରିବାରବର୍ଗଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକେ ମ.ରାମପୁର ଡ଼ାକ୍ତରଖାନରେ ପହଂଚିଥିବା ଜଣାଯାଇଛି । ମିନିକେତନଙ୍କ ଅବସ୍ଥା ସ୍ଥିର ରହିଥିବାବେଳେ ମନୋଜଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । କୋଭିଡ଼ ସମୟରେ ମଧ୍ୟ ସେ ଆହତଙ୍କୁ ସମସ୍ତ ପ୍ରକାର ସେବା ପହଂଚାଇଥିବାରୁ ପରିବାର ଲୋକେ ନିଜର କୃଜଜ୍ଞତା ମନୋଜଙ୍କୁ ଜଣାଇଛନ୍ତି ।

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.