ସଫଳତା ଆଡ଼କୁ ଜଣେ ଦିବ୍ୟାଙ୍ଗଙ୍କ ଯାତ୍ରା : ସ୍ୱପ୍ନ ଏବେ ସଫଳତାର ଏରୁଣ୍ଡିବନ୍ଧରେ

କଳାହାଣ୍ଡି: ପାଦ ଯୋଡ଼ିକ ସିନା ଆଗକୁ ନେବାକୁ ମନା କଲେ । ଆଖିକୁ ସ୍ୱପ୍ନ ଦେଖିବାକୁ କିଏ ବା ମନା କରିବ? ଆଖିରେ ସ୍ୱପ୍ନ ନେଇ ବାଟ ଚାଲିଲେ ସଫଳତା ବେଶୀବାଟ ନୁହେଁ ବୋଲି କହନ୍ତି ଜଣେ ଦିିବ୍ୟାଙ୍ଗ । ଯାହାଙ୍କୁ ଦେଖିଲେ ଆପଣ ବି କହିବେ, ଜୀବନ ତାଙ୍କର ହୁଏ ତ ପର ଉପରେ ଆଶ୍ରା କରି ଚଳୁଥିବ ବୋଲି । କିନ୍ତୁ ନା ବରଂ ସେ ଅନ୍ୟ ଦୁଇଜଣଙ୍କୁ ନିଜ ଆଶ୍ରାରେ ରଖିଛନ୍ତି । ଏମିତି ଜଣେ ଦିବ୍ୟାଙ୍ଗ ଯିଏ ଅନ୍ୟପାଇଁ ପାଲଟିଛନ୍ତି ଆଦର୍ଶ ଆଉ ଉଦାହରଣ । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସାଇଦଲଙ୍ଗାରେ ରହନ୍ତି ତାରାଚନ ସାହୁ । ବୟସ ମାତ୍ର ୩୪ବର୍ଷ । ଜନ୍ମରୁ ତାଙ୍କର ଦୁଇଗୋଡ଼ କାମ କରୁନଥିବାବେଳେ ସେ କିନ୍ତୁ ବିଶ୍ୱାସ ହାରିନଥିଲେ । ଗାଁ ବିଦ୍ୟାଳୟରେ ଷଷ୍ଠଶ୍ରେଣୀ ଯାଏଁ ପାଠ ବି ପଢିଲେ । ପରେ କିନ୍ତୁ ଦୂରରେ ବିଦ୍ୟାଳୟ ଥିବା କାରଣରୁ ତାଙ୍କରି ପାଠପଢାରେ ଡ଼ୋରୀ ବନ୍ଧା ହେଲା । ଧୀରେ ଧୀରେ ବଡ଼ହେଲା ପରେ ରୋଜଗାର କରିବା କଥା ଚିନ୍ତାକଲେ ତାରାଚନ । ଆଜକୁ ପ୍ରାୟ ପନ୍ଦରବର୍ଷ ତଳେ ସେ ଗାଁ ଗାଁ ନିଜର ତିନିଚକିଆ ସାଇକେଲରେ ବୁଲି ବୁଲି ମୁଢି ବିକିବା ଆରମ୍ଭ କଲେ । ମ.ରାମପୁରକୁ(ପ୍ରାୟ ୬ କିଲୋମିଟର) ସେ ନିଜ ତିନିଚକିଆ ସାଇକେଲରେ ଯାଇ ମୁଢି ଆଣିବା ସହିତ ଗାଁ ଗାଁ ଯାଇ ବିକ୍ରିକଲେ । ପରେ ସାତବର୍ଷ ତଳେ ସେବାଜଗତ ତାଙ୍କରି ଏହି ଉଦ୍ୟମକୁ ଦେଖି ଏକ ତିନିଚକିଆ ମୋଟରସାଇକେଲ ତାଙ୍କୁ ଯୋଗାଇଦେଲା । ଯାହା ତାଙ୍କ ବ୍ୟବସାୟରେ ଆହୁରି ସଫଳତା ଆଣିଦେବା ସହିତ ସେ ସହଜରେ ଗାଁ ଗାଁ ଯାଇ ମୂଢି ବିକ୍ରି କରିପାରୁଛନ୍ତି ।

Omkar Vasthu
Omkar Vasthu


ଇତିମଧ୍ୟରେ ସେ ବାହା ହେବା ସହିତ ତାଙ୍କର ଏକ ଦୁଇବର୍ଷର ଝିଅ ଟିଏ ମଧ୍ୟ ରହିଛି । ତେବେ ଗାଁ ଗାଁ ସେ ତିନିଚକିଆ ମୋଟର ସାଇକେଲରେ ଯିବା ପରେ ବାହାରୁ ମୂଢି ଆଣିବା ବଦଳରେ ନିଜେ ଏକ ମୁଢି କଳ ସୋଲାର ସହାୟତାରେ ଚାଲୁକରିବା ପାଇଁ ସ୍ୱପ୍ନ ଦେଖିଲେ । ଜଣେ ଗରୀବ ପୁଣି ଦିବ୍ୟାଙ୍ଗ ଯାହାଙ୍କର ଜମି ନାହିଁ, ସରକାର ତରଫରୁ ମିଳୁଥିବା ଭିନ୍ନକ୍ଷମ ଭତ୍ତା ୭୦୦ଟଙ୍କା ଏବଂ ତିନିପ୍ରାଣୀଙ୍କୁ ପନ୍ଦର କେଜି ଚାଉଳ ଏବଂ ନିଜ ଉଦ୍ୟମର ରୋଜଗାରରେ ପରିବାର ପ୍ରତିପୋଷଣ ସାଙ୍ଗକୁ ମୂଢି ମିଲ ପ୍ରସ୍ତୁତ କରିବା କାଠିକର ପାଠ ହେଇଥିଲା । ତଥାପି ନିଜର ଉଦ୍ୟମ କେବେ ବ୍ୟର୍ଥ ଯାଉନଥିବା ଭଳି ତାଙ୍କରି ସ୍ୱପ୍ନକୁ ଜାଣିପାରି ସେବାଜଗତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେଲକୋ ଫାଉଣ୍ଡେସନ ଜରିଆରେ ଏକ ମୂଢି ମିଲ କରିବାରେ ସହାୟତା କରିବାକୁ ଆଗେଇ ଆସିଲା । ଏବେ ସେ ପାଇଥିବା ଇନ୍ଦିରା ଆବାସ ଘରର ଗୋଟିଏ କୋଠରୀରେ ମୂଢି ମିଲ ବସିସାରିଛି ଏବଂ ସେ ପରୀକ୍ଷା ମଧ୍ୟ କରିସାରିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ତାରାଚନ ନିଜେ ମୁଢି ଭାଜିପାରୁଛନ୍ତି ନିଜ ଧର୍ମପତ୍ନୀର ସହାୟତରେ । ସେ ମୁଢି ଭାଜିବା ସହିତ ନିଜେ ଗାଁ ଗାଁ ଯାଇ ବିକ୍ରୀକଲେ ଆହୁରି ଲାଭବାନ ହେଇପାରିବେ ବୋଲି ଆମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna


ତାଙ୍କରି ଧର୍ମପତ୍ନୀ ପଦ୍ମାବତୀ ସାହୁ କହନ୍ତି, ମୋ ସ୍ୱାମୀ ଚାଲିପାରନ୍ତି ନାହିଁ ସିନା ନିଜେ ରୋଜଗାର କରି ଆମଙ୍କୁ ପୋଷିବାର କ୍ଷମତା ରଖିଛନ୍ତି ଏବଂ ମୁଁ ମଧ୍ୟ ତାଙ୍କୁ ଏହି କାମରେ ସହଯୋଗ କରେ । ତେବେ ଏହି ସୋଲାର ଦ୍ୱାରା ଦିଆଯାଇଥିବା ମୂଢି ମିଲ ପାଇଁ ତିନୋଟି ହାଣ୍ଡି ବସିଲେ ଗୋଟିଏ ହାଣ୍ଡିରେ ଚାଉଳ ରହିବ ସହିତ ଆଉଗୋଟିଏ ହାଣ୍ଡିରେ ଚାଉଳ ଗରମ ହୁଅନ୍ତା ଏବଂ ଆଉଏକ ହାଣ୍ଡିରେ ମୁଢି ଭାଜି ହୁଅନ୍ତା କିନ୍ତୁ ଘର ଛୋଟ ଥିବା କାରଣରୁ ଏବେ ଆମେ ଗୋଟିଏ ହାଣ୍ଡି ଲଗେଇ ମୂଢି ପ୍ରସ୍ତୁତ କରିବା ଆରମ୍ଭ କରିଛୁ । ତାରାଚନ କୁହନ୍ତି,ଆଉଗୋଟିଏ କୋଠରୀ ହେଲେ ମୁଁ ଏହାକୁ ବଡ଼ଧରଣର କରିବି ଏବଂ ଏବେ ମିଲ୍ ପାଇଁ ହାଣ୍ଡି ବସିଥିଲେ ସୁଦ୍ଧା ଆଉ ଏକ ରେଗୁଲେଟର ଲାଗିନଥିବା କାରଣରୁ ମୂଢି ମିଲଟି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେଇନାହିଁ । ଖୁବ କମ ଦିନ ଭିତରେ ଏହି ୟୁନିଟଟି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ଏବଂ ମୁଁ ନିଜେ ମୂଢି ପ୍ରସ୍ତୁତ କରି ଗାଁ ଗାଁରେ ନିଜର ବ୍ୟବସାୟକୁ ଆହୁରୀ ବ୍ୟାପକ କରିପାରିବି ବୋଲି ।

Udyog Nursery
Udyogi Nursery


ଏ ନେଇ ସେବାଜଗତ ସଂପାଦକ ସତ୍ୟନାରାୟଣ ପଟ୍ଟନାୟକଙ୍କୁ ପଚାରିବାରୁ, ତାରାଚନର ଇଚ୍ଛାଶକ୍ତି ଦେଖି ଆମେ କିଛି ବର୍ଷ ତଳେ ଏକ ତିନିଚକିଆ ମୋଟର ସାଇକେଲ ଦେଇଥିଲୁ ଏବଂ ଏବେ ସେଲକୋ ଫାଉଣ୍ଡେସନ ସହିତ ସିଧାସଳଖ ଭାବରେ ତାକୁ ଯୋଗାଯୋଗ କରାଇଦେଇଛୁ,ସେମାନେ ତାରାଚନଙ୍କୁ (ସୋଲାର ,ବ୍ୟାଟେରୀ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ)ସହାୟତାର ହାତ ବଢାଇଛନ୍ତି । ତେବେ ଗ୍ରାମସାବୀମାନେ ତାରାଚନର ଏହି ସଫଳତା ଅନ୍ୟମାନଙ୍କୁ ଅଧିକ ଉତ୍ସାହିତ କରିବ ଏବଂ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବ ବୋଲି ନିଜ ନିଜ ପ୍ରତିକ୍ରିୟାରେପ୍ରକାଶ କରିଛନ୍ତି ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.