କାଶିପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା

ରାସ୍ତାକଡ଼ରେ ସନ୍ତାନ ପ୍ରସବ କଲେ ପ୍ରସୂତୀ 

କାଶିପୁର: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକରେ ଅସହ୍ୟ ହେଉଛି ଜନନୀ ଯନ୍ତ୍ରଣା। ଗର୍ଭବତୀ ଓ ପ୍ରସୂତୀ ଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସୁବିଧା ଆଜି ପର୍ଯ୍ୟନ୍ତ ବ୍ଲକର ଅନେକ ଅଞ୍ଚଳରେ ଅପହଞ୍ଚ ହୋଇ ରହିଛି। ସାଧାରଣ ଜନତା ଯେତେ ଚେଷ୍ଟା କଲେ ମଧ୍ୟ ପାଇ ପାରୁ ନାହାଁନ୍ତି ସୁବିଧା। କେତେବେଳେ ଗମନା ଗମନ ଯୋଗୁଁ ତ କେତେବେଳେ ଅଧିକାରୀଙ୍କ ଯୋଗୁଁ ଫେଲ ମାରିଛି ସରକାରୀ ଯୋଜନା। ଜନନୀ ଯନ୍ତ୍ରଣା କାଶିପୁର ଅଞ୍ଚଳରେ ପ୍ରାୟ ନିତିଦିନିଆ ଖବର ପାଲଟିଛି।


ଏମିତି ଏକ ଦୁଃଖ ଦାୟକ ଘଟଣା ଘଟି ଯାଇଛି କାଶିପୁର ବ୍ଲକର ତଳ କୋଡ଼ିଙ୍ଗା ଗାଁରେ। ଆଜି (ବୁଧବାର) ସକାଳ ସମୟରେ ସୁବତି ମୁଦୁଲିଙ୍କୁ ପ୍ରସବ ଯନ୍ତ୍ରଣା ଅନୁଭୂତ ହେବାରୁ ତାଙ୍କ ସ୍ବାମୀ ମନହର ମୁଦୁଲି ଟିକିରି ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ସେ ଏକ ଅଟୋରେ ତାଙ୍କ ସ୍ତ୍ରୀଙ୍କୁ ଟିକିରି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ଯୋଗାଡ଼ କଲେ।


କିନ୍ତୁ ଗ୍ରାମରୁ ଅଳ୍ପ ଦୂରରେ ଯାଇ ରାସ୍ତା କଡ଼ରେ ପ୍ରସୂତୀ ଜଣକ ଦୁଇଟି ଛୁଆ ପ୍ରସବ କରିଥିଲେ। କିଛି ସମୟ ପରେ ଆମ୍ବୁଲାନ୍ସ ଆସି ପ୍ରସୂତୀଙ୍କୁ ଟିକିରି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ। ବର୍ତ୍ତମାନ ମା’ ଓ ଶିଶୁମାନେ ସୁସ୍ଥ ଥିବା ସୂଚନା ମିଳିଛି।

କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.