ପନିପରିବା ଚାଷକୁ ନଷ୍ଟ କରୁଛନ୍ତି ‘ଘୁଲି’, ଚାଷୀ ମୁଣ୍ଡରେ ଚଡକ

କଳାହାଣ୍ଡି: ଏବର୍ଷ ପନିପରିବା ଚାଷୀଙ୍କ ବାଡିରେ ଘୁଲି(ଗେଣ୍ଡା) ର ଦୌରାତ୍ମ୍ୟ ବୃଦ୍ଧି ପାଇଥିବା ଦେଖାଯାଇଛି। ଏହାକୁ ନେଇ କର୍ଲାମୁଣ୍ଡା ବ୍ଲକ ଅଞ୍ଚଳର ଚାଷୀ ଚିନ୍ତାରେ ପଡିଯାଇଛନ୍ତି। କ୍ଷେତରେ ମିଳୁଥିବା ଘୁଲି ଠାରୁ ଆକାରରେ ବେଶ ବଡ ରହୁଥିବା ଏଇ ଗେଣ୍ଡା ଗୁଡିକ ପନିପରିବା ଚାଷକୁ ନଷ୍ଟ କରୁଥିବା ଦେଖାଯାଇଛି। ଏମାନେ ସଂଘବଦ୍ଧ ଭାବେ ଲୋକଙ୍କ ବାଡି, ବଗିଚାରେ ପହଞ୍ଚି ପନିପରିବା ଗଛ, ପତ୍ର ଗୁଡିକୁ ଖାଇ ଦେଉଛନ୍ତି। ରାତି ସମୟରେ ଏମାନେ ରାସ୍ତାକଡ, ନିକଟସ୍ଥ ଘର ଗୁଡିକର କାନ୍ଥବାଡରେ ରହୁଥିବା ଦେଖାଯାଇଛି।

ଯଦିଓ ଧାନଚାଷ ନଷ୍ଟ କରୁଥିବା ନେଇ ଅଦ୍ୟାବଧି ଜଣାପଡ଼ିନାହିଁ। ତେବେ ଟମାଟୋ, ବାଇଗଣ, ଜହ୍ନି, ଭେଣ୍ଡି, କରଲା, କାଙ୍କଡ ସମେତ ସମସ୍ତ ପନିପରିବା ଗଛର ପାତ୍ର ଖାଇଦେଉଛନ୍ତି। ଧୀରେ ଧୀରେ ଏମାନେ ପ୍ରାୟ ସମସ୍ତ ଅଞ୍ଚଳକୁ କାୟବିସ୍ତାର କରୁଥିବାରୁ ଚାଷୀ କୂଳ ଚିନ୍ତିତ ହୋଇ ପଡିଛନ୍ତି। ପ୍ରତ୍ୟହ ଶହ ଶହ ସଂଖ୍ୟାରେ ଗେଣ୍ଡା ଜନ୍ମ ନେଉଥିବାବେଳେ ଏମାନଙ୍କ ବିନାଶ ପାଇଁ କୌଣସି ଔଷଧ କାମ କରୁନାହିଁ। ତେଣୁ ଏହାର ପ୍ରତିକାର ପାଇଁ କୃଷି ବିଭାଗ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.