ସଇଁନ୍ତଲା/ଟିଟିଲାଗଡ: ଓଡିଶା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପିତା ଗୌରୀଶଙ୍କର ତ୍ରିପାଠୀ ଟିଟିଲାଗଡ ହାଟପଦାପଡା ସ୍ଥିତ ନିଜ ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ସେ ଜଣେ ଦକ୍ଷ ପ୍ରଶାସକ ଭାବରେ ପରିଚିତ ଥିଲେ ଓ ଟିଟିଲାଗଡ, ସଇଁନ୍ତଲା ଓ କାଶୀପୁର ଆଦି ବ୍ଲକରେ ବିଡ଼ିଓ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ।
ତାଙ୍କର ପାଞ୍ଚ ପୁଅ ଓ ଦୁଇ ଝିଅ ଥିବା ବେଳେ ତୃତୀୟ ପୁତ୍ର ଅସିତ ତ୍ରିପାଠୀ ରାଜ୍ୟ ମୁଖ୍ୟ ଶାସନ ସଚିବ ଅଟନ୍ତି।ପିତାଙ୍କ ମୃତ୍ୟ ଖବର ପାଇ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଭୁବନେଶ୍ୱରରୁ ଟିଟିଲାଗଡ ଅଭିମୁଖେ ବହିରିଥିବା ଜଣାପଡିଛି।ହାଟପଦା ସ୍ଥିତ ସ୍ମସାନଘାଟରେ ଶ୍ରୀ ତ୍ରିପାଠୀଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି।
ସଇଁନ୍ତଲା ପ୍ରତିନିଧି ଅବିନାଶ ନନ୍ଦଙ୍କ ରିପୋର୍ଟ OdiaBarta.in
Click here to get 24×7 News & Views alerts
https://facebook.com/odiabarta