ଓଡ଼ିଆ ବାର୍ତ୍ତା ଓ ଯଦୁ ନିଉଜ ନେସନ କାର୍ଯ୍ୟାଳୟ ପରିଦର୍ଶନରେ ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର

କଳାହାଣ୍ଡି: ରାଷ୍ଟ୍ରିୟ ନିୟୁଜ ଚ୍ୟାନେଲ ‘ଯଦୁ ନିଉଜ ନେସନ’ ତଥା ଓଡ଼ିଶାର ଲୋକପ୍ରିୟ ନିଉଜ ଚ୍ୟାନେଲ ‘ଓଡିଆ ବାର୍ତ୍ତା’ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର। ଶ୍ରୀଯୁକ୍ତ ମିଶ୍ର ଚ୍ୟାନେଲର କେସିଙ୍ଗା କାର୍ଯ୍ୟାଳୟରେ ପହଞ୍ଚି ସିଏମଡି ଗୋବିନ୍ଦ ବନଛୋର ଏବଂ ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଶ୍ରୀଯୁକ୍ତ ମିଶ୍ର ଓଡ଼ିଆ ବାର୍ତ୍ତାର ଖବର ପରିବେଷଣ ଶୈଳୀକୁ ପ୍ରଶଂସା କରିବାସହ କଳାହାଣ୍ଡି ପରି ଏକ ପଛୁଆ ଜିଲ୍ଲାରୁ ଆରମ୍ଭ ହୋଇ ଦେଶସାରା ସମ୍ବାଦଦାତା ରଖି ଉତ୍ତମ ମାନର ଖବର ପରିବେଷଣ କରୁଥିବାରୁ ଯଦୁ ନିଉଜ ନେସନର ସଂପାଦନା ମଣ୍ଡଳୀ ଏବଂ ପରିଚାଳନା ମଣ୍ଡଳୀକୁ ସାଧୁବାଦ ପ୍ରଦାନ କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ବିଗତ ଦିନିବର୍ଷ ଧରି ‘ଓଡ଼ିଆ ବାର୍ତ୍ତା’ ଜାତି, ବର୍ଣ୍ଣ, ଧର୍ମ, ଦଳମତ ନିର୍ବିଶେଷରେ ସତ୍ୟ ଆଧାରିତ ଖବର ପ୍ରକାଶ କରିଆସୁଛି। ଏହାସହ ଓଡିଆ ବାର୍ତ୍ତା ପରିବାରର ନୂତନ ହିନ୍ଦି ଚ୍ୟାନେଲ ଯଦୁ ନିଉଜ ନେସନ ଆରମ୍ଭ ହୋଇଛି। ଗତ ସେପ୍ଟେମ୍ବର ୪ ତାରିଖ ଦିନ କେସିଙ୍ଗା ଠାରେ ଯଦୁ ନିଉଜ ନେସନର କାର୍ଯ୍ୟାଳୟ ଏବଂ ୱେବ ସାଇଟ ଶୁଭାରମ୍ଭ ହୋଇଥିଲା। ଭିଡିଓ କନ୍ଫରେସିଂ ମାଧ୍ୟମରେ ଏହାର ଶୁଭ ଉଦଘାଟନ କରିଥିଲେ ଅଖିଳ ଭାରତବର୍ଷିୟ ଯୁବ ଯାଦବ ମହାସଭା ସଭାପତି ଦିନେଶ ଯାଦବ। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ପରବର୍ତ୍ତି ସମୟରେ ଧର୍ମଗଡ ବିଧାୟକ ମହଷୋଧି ବାଗ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ସମେତ ଓଡ଼ିଶାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯଦୁ ନିଉଜ ନେସନ ଏବଂ ଓଡ଼ିଆ ବାର୍ତ୍ତା କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି।

ଦିର୍ଘ ୧୫ ବର୍ଷଧରି ସମ୍ବାଦ ପରିବେଷଣ କରି ଲୋକଙ୍କ ପ୍ରିୟପାତ୍ର ହୋଇ ପାରିଥିବା ଲିଙ୍ଗରାଜ ମିଶ୍ର ଏହି କାର୍ଯ୍ୟାଳୟ ପରିଦର୍ଶନ କରି ମାର୍ଗ ଦର୍ଶନ କରାଇଥିବାରୁ ତାଙ୍କୁ ଓଡ଼ିଆ ବାର୍ତ୍ତା ସିଏମଡି ସଂଯୁକ୍ତ ନାଗ ଯାଦବଙ୍କ ସହ ଯଦୁ ନିଉଜ ନେସନର ଏମଡି ଡାକେ ଲହଜଲ, ଲିଙ୍ଗରାଜ ବେହେରା, ତ୍ରିଲକ୍ଷ ନାଏକ, କୃତିବାସ ବେମାଲ, ଡିଲେଶ କୁମାର ନାଗ, କପିଳେନ୍ଦ୍ର ଭୋଇ, ରଶ୍ମୀରେଖା ରାଉତ, ଦୀପକ ରାଉତ, କାର୍ଯ୍ୟକରୀ ସଂପାଦକ ସଞ୍ଜୟ ଧଙ୍ଗଡାମାଝୀ, ବାର୍ତ୍ତା ସଂପାଦକ ଜଗଦୀଶ ନାଏକ, ସହ-ସଂପାଦକ ସଲିଲ କୁମାର ଧଙ୍ଗଡାମାଝୀ ଏବଂ ପ୍ରସାର ବିଭାଗର ଲବଣୀ ରାଉତ, ନିରଞ୍ଜନ ଗୈାଡ, ସନ୍ତୋଷ ବାଗ, କାଶିନାଥ ଘି, ହିରଣ୍ୟ ବେହେରା, କାର୍ତ୍ତିକ ଗୋପାଳ, ଦାମୋଦର ଗୈାଡ ଓ ସୁଶିଲ କୁମାର ଯାଦବ ପ୍ରମୂଖ କୃତଜ୍ଞତା ଜ୍ଞାପନ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.