ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀରେ କଳାହାଣ୍ଡି ସାଂସଦଙ୍କୁ ଦାବୀପତ୍ର

କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀରେ ମ.ରାମପୁର ଠାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କୁ ମିଳିତ ମଂଚର ଦାବୀପତ୍ର ପ୍ରଦାନ କରାଯାଇଛି । ରାଜସ୍ୱ ଉପଖଣ୍ଡ ମାନ୍ୟତା ଉଦ୍ଦେଶିତ ମିଳିତ ଆଦିବାସୀ ସଂଗ୍ରାମୀ ମଂଚ ତରଫରୁ ମାନ୍ୟବାର ସାଂସଦଙ୍କୁ ମ.ରାମପୁର ଗସ୍ତ ଅବସରରେ ସାକ୍ଷାତ କରି ବିଭିନ୍ନ ଆଲୋଚନା କରିବା ସହିତ ରାଜସ୍ୱ ଉପଖଣ୍ଡର ଗୁରୁତ୍ୱ ଏବଂ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ସାଂସଦ ଶ୍ରୀ ପଣ୍ଡା ମଧ୍ୟ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ସହିତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ । ଏହି ଦାବୀପତ୍ର ପ୍ରଦାନ ସମୟରେ ମିଳିତ ମଂଚର ସଭାପତି ପ୍ରକାଶ ମାଝୀ,ସଂପାଦକ ଦ୍ରୋଣାଚାର୍ଯ୍ୟ ମାଝୀ,ମ.ରାମପୁର ସରପଂଚ ଚିତ୍ତରଂଜନ ବାଗ, ପୂର୍ବତନ ସରପଂଚ ତଥା ମ.ରାମପୁର ବ୍ଲକ କଂଗ୍ରେସ ସଭାପତି ବିଭୂତି ଭୂଷଣ ମହାଖୁଡ଼, ପଦ୍ମନ ପାତ୍ର, ଧନସି ପୁରୋହିତ, ଉଦ୍ଧବ ପଣ୍ଡା, ରାଜୁ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.