କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ଥାନା ଗୌଡ଼ କର୍ଲାଖୁଣ୍ଟା ନିକଟସ୍ଥ ରେଙ୍ଗାଲମୁଣ୍ଡା ଜଙ୍ଗଲରୁ ଆଜି ଜଣେ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ଗୌଡ଼କର୍ଲାଖୁଣ୍ଟା ଗ୍ରାମର ମହାଦେବ ନାଏକଙ୍କ ଝିଅ ଶୀତଲ ନାଏକ(୧୯) ଗତ କାଲି ସନ୍ଧ୍ୟା ପାଂଚ ଘଂଟା ସମୟରୁ ଘରୁ କୁଆଡ଼େ ପଳାଇଯାଇଥିଲା । ପରିବାରବର୍ଗଙ୍କ କହିବା ମୁତାବକ ହରିଜନପଡ଼ାରେ ରହୁଥିବା ଶୀତଲ ନିଜ ପଡ଼ାର ଜଣେମହିଳାଙ୍କ ସହିତ ବଚସା ହେଇଥିଲା ।
ଏହାପରେ ପରେ ସେ ଘରୁ ବାହାରି ପଳାଇଯାଇଥିଲା । ପରେ ଘର ଲୋକେ ବିଭିନ୍ନ ସ୍ଥାନରେ ଯାଇ ତାକୁ ଖୋଜାଖୋଜି କରିଥିଲେ ହେଁ କୌଣସି ପତ୍ତା ପାଇ ନଥିବାବେଳେ ଆଜି ସକାଳେ ରେଙ୍ଗାଲମୁଣ୍ଡାରେ ଖୋଜିବାବେଳେ ଏକ ଗଛରେ ଶୀତଲର ଝୁଲନ୍ତା ଶବ ଦେଖିବାକୁ ପାଇଥିଲେ । ପରେ ପରିବାର ତରଫରୁ ମ.ରାମପୁରଥାନାରେ ଏକ ଲିଖିତସଅଭିଯୋଗ କରିବା ପରେ ମ.ରାମପୁର ଥାନାଧିକାରୀ ଗୋବିନ୍ଦ ମାଝୀ ନିଜ ସହକାରୀ ଅଧିକାରୀମାନେ ପହଂଚି ଶବ ଜବତ କରିବା ସହିତ ପୋଷ୍ଟମର୍ଟମ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି । ଏ ନେଇ ମ.ରାମପୁର ଥାନାରେ ଏକ ଅପମୃତ୍ୟୁ ମାମଲା ୧୮/୨୦ ରୁଜୁ କରି ତଦନ୍ତ ଚଳାଇଥିବା ଜଣାଯାଇଛି।
Clickhere to get 24×7 News & Views alerts
https://facebook.com/odiabarta