ଆଦିବାସୀ ପଲ୍ଲୀ କନ୍ଧ ବସନ୍ତପଡା : ଗାଁ ବିକାଶରେ ବାଧକ ସାଜିଛି ରାସ୍ତା

ଲାଞ୍ଜିଗଡ: ଲାଞ୍ଜିଗଡ଼ ବ୍ଲକ ବସନ୍ତପଡା ପଞ୍ଚାୟତର କନ୍ଧ ବସନ୍ତପଡା ଗ୍ରାମକୁ ରାସ୍ତା ନଥିବା ଯୋଗୁଁ ୫୦ ଆଦିବାସୀ ପରିବାରଙ୍କ ଉନ୍ନତି କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଲାଞ୍ଜିଗଡ଼ ଠାରୁ ମୁନିଗୁଡା ରାସ୍ତାରେ ବସନ୍ତପଡାଠାରୁ ଦେଢ କିମି ଦୁରରେ ରହିଛି ଆଦିବାସୀ ପଲ୍ଲୀ କନ୍ଧ ବସନ୍ତପଡା। ଏହି ଗାଁ ଲୋକେ ଅତି ଗରିବ ଓ ନିଜର ନାମରେ ଘରଡିହ ଖଣ୍ଡେ ନଥିବା ଯୋଗୁଁ ବସନ୍ତପଡାର ବନ୍ଧୁ ବାନ୍ଧବଙ୍କ ଘରେ ଆଶ୍ରୟ ନେଇ ଘର ଡିହ ପାଇଁ ବର୍ଷ ବର୍ଷ ଧରି ସରକାରଙ୍କ ଦ୍ବାରସ୍ତ ହେଉଥିଲେ। ତେଣୁ ସରକାରଙ୍କ ତରଫରୁ ୨୦୦୨ ମସିହାରେ ଏହି ଗାଁର ୫୦ ଆଦିବାସୀ ପରିବାରଙ୍କୁ ୪ ଡିସମିଲ ଲେଖା ଘରଡିହ ଯୋଗାଇ ଦିଆଯାଇଛି। କିନ୍ତୁ ଆଜିକି ୧୮ ବର୍ଷ ହେଲା ରାସ୍ତା ନଥିବା ଯୋଗୁଁ ଗାଁର ୫ ଗୋଟି ପରିବାର ଛାଡି ବର୍ତ୍ତମାନ ମଧ୍ୟ ୪୫ ପରିବାର ପୂର୍ବପରି ବସନ୍ତପଡ଼ାରେ ବନ୍ଧୁବାନ୍ଧବ ଘରେ ରହୁଥିବା କହିଛନ୍ତି।


ରାସ୍ତା ନଥିବା ଯୋଗୁଁ ଆବାସ ଯୋଜନାରେ ଘର ମଧ୍ୟ ନିର୍ମାଣ କରି ପାରୁନାହାନ୍ତି।ପଞ୍ଚାୟତ ତଥା ବ୍ଲକ ପ୍ରଶାସନଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଗାଁର ହରିମାଝୀ, ପୁଙ୍ଗରି ମାଝୀ ନେତ୍ର ମାଝୀ, ଆମ୍ବୁ ମାଝୀ, ମାଙ୍ଗୀ ମାଝୀ, ଜଳନ୍ଦର ମାଝୀ, ବୁଟିଆ ମାଝୀ, ସାନ ମାଝୀ, ଆଇନ ମାଝୀ, ଜାମ୍ମୁ ମାଝୀ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଏହି ଆଦିବାସୀ ପଲ୍ଲୀକୁ ରାସ୍ତା ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ଏନେଇ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀଙ୍କୁ ପଚାରିବାରୁ ମୁଁ ଓ ଆମ ବ୍ଲକ ଉପାଧ୍ୟକ୍ଷା ତୁଳସୀ ନାଏକ ବୁଧବାର ଦିନ କନ୍ଧ ବସନ୍ତପଡା ଗ୍ରାମକୁ ଯିବୁ ଓ ଯେତେଶିଘ୍ର ହେବ ପ୍ରଶାସନ ସହିତ କଥା ବାର୍ତ୍ତା କରି ରାସ୍ତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ।

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.