ଲାଞ୍ଜିଗଡ଼: ଲାଞ୍ଜିଗଡ଼ ପଞ୍ଚାୟତ ଅବସରପ୍ରାପ୍ତ ସେକ୍ରେଟାରୀ ଶୁକ୍ରୁ ଚଲାଣ ତାଙ୍କ ଲାଞ୍ଜିଗଡ଼ ସ୍କୁଲ ପଡା ବାସଭବନରେ ଇହଲିଳା ସମ୍ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ଲାଞ୍ଜିଗଡ଼ ପଞ୍ଚାୟତରେ ତାଙ୍କ ଚାକିରୀ ଆରମ୍ଭ ହୋଇ ସେହିଠାରେ ହିଁ ଶେଷ ହୋଇଥିଲା।ସେ ଜଣେ ସ୍ପଷ୍ଟ ବାଦୀ ଓ ସମାଜସେବୀ ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ।
ତାଙ୍କ ଅନ୍ତିମ ସମୟରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ତାଙ୍କ ବଡ ପୁଅ ଜଗଦୀଶ ଚଲାଣ ମୁଖାଗ୍ନି ଦେଇଥିଲେ। ପୂର୍ବ ସେକ୍ରେଟାରୀ ଶୁକ୍ରୁ ଚଲାଣଙ୍କ ବିୟୋଗରେ ଲାଞ୍ଜିଗଡ଼ର ସମସ୍ତ ଅନୁଷ୍ଠାନର କର୍ମକର୍ତ୍ତା, ସରକାରୀ, ବେସରକାରୀ କର୍ମଚାରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in