ଜିଲ୍ଳାରେ ଆଉ ୨୧ ନୂଆ ପଜିଟିଭ୍ ଚିହ୍ନଟ: ୭୮୨୧ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ ସଂଖ୍ୟା ୪୦

ରାୟଗଡ: ରାୟଗଡ ଜିଲ୍ଳାରେ ବୁଧବାର ଦିନ ମାତ୍ର ୨୧ ଜଣ ନୂଆ ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ବର୍ତମାନ ଜିଲ୍ଳାରେ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୮୨୧କୁ ଛୁଇଁଥିବା ନେଇ ଜିଲ୍ଳା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏହି ୨୧ ଜଣଙ୍କ ମଧ୍ୟରେ ୧୦ ଜଣ ପୁରୁଷ ଓ ୧୧ ଜଣ ମହିଳା ଆକ୍ରାନ୍ତ ରହିଛନ୍ତି । ସେହିପରି ମୋଟ ୭୮୨୧ ଜଣ ପଜିଟିଭ୍ ଆକ୍ରାନ୍ତଙ୍କ ମଧ୍ୟରେ ୭୫୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୧୩ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି ୧୫ ଜଣ ହୋମ କ୍ୱାରେନଟାଇନରୁ ଚିହ୍ନଟ ହୋଇଥିବା ବେଳେ କଂଟାକ୍ଟ ଟ୍ରେସିଂରୁ ୧୧ ଜଣ ଓ ଆଇଏଲଆଇ/ସାରି ଲକ୍ଷଣ ଥିବା ୯ ଜଣ ଚିହ୍ନଟ ହୋଇଛନ୍ତି ।

Omkar Vasthu
Omkar Vasthu

ବୁଧବାର ୨୧ ଜଣଙ୍କ ମଧ୍ୟରେ କେହି ହେଲେ କରୋନା ଯୋଦ୍ଧା ଚିହ୍ନଟ ହୋଇନାହାନ୍ତି । ଫଳରେ ଜିଲ୍ଳାରେ ମୋଟ ୮୦୪ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ବେଳେ ୭୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୯୮ ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି ଏବଂ ୪ଜଣ କରୋନା ଯୋଦ୍ଧା ମୃତ୍ୟୁବରଣ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

ସେହିପରି ଜିଲ୍ଳାର କାଶିପୁର ବ୍ଳକରୁ ସର୍ବାଧିକ ୬ ଜଣ ଚିହ୍ନଟ ହୋଇଥିବା ବେଳେ ପଦ୍ମପୁର ବ୍ଳକରୁ ୪ଜଣ ଓ ରାୟଗଡ ସହରାଂଚଳରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ଗୁଣପୁର ସହରାଂଚଳ ଓ ମୁନିଗୁଡା ବ୍ଳକରୁ ୨ଜଣ ଲେଖାଁଏ ଚିହ୍ନଟ ହୋଇଥିବା ବେଳେ ଗୁଣପୁର ଗ୍ରାମାଂଚଳ ଓ ରାମନାଗୁଡା ବ୍ଳକରୁ ଜଣେ ଲେଖାଁଏ ମୋଟ ୨୧ ଜଣ ଚିହ୍ନଟ ହୋଇଛନ୍ତି ।

Udyog Nursery
Udyogi Nursery

ବର୍ତମାନ ରାୟଗଡ ଜିଲ୍ଳାରେ ୯୬.୭୭ ପ୍ରତିଶତ ସୁସ୍ଥତା ହାର ଓ ସକ୍ରିୟ ରୋଗୀ ହାର ୨.୭୨ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ୦.୫୧ ପ୍ରତିଶତ ହାରରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜିଲ୍ଳା ପ୍ରଶାସନ ତରଫରୁ ସୂଚନା ମିଳିଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.