ସୁକନ୍ୟା ଶକ୍ତି ସଂଗଠନ ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିରାଶ୍ରୟାମାନଙ୍କୁ ସହାୟତା ପ୍ରଦାନ

ନର୍ଲା: କଳାହାଣ୍ଡିର ଅଗ୍ରଣୀ ସଂଗଠନ ‘ସୁକନ୍ୟା ଶକ୍ତି ସଂଗଠନ ଚ୍ୟାରିଟେବୁଲ ଟ୍ରଷ୍ଟ’ ଅସହାୟ ଗରିବମାନଙ୍କୁ ସହାୟତା ପ୍ରଦାନ କରି ଆସୁଛି। ସେହି କ୍ରମରେ ଏହି ସଂଗଠନ ପକ୍ଷରୁ ନର୍ଲା ବ୍ଲକ ୨ଜଣ ନିରାଶ୍ରୟାଙ୍କୁ ସହାୟତା ପ୍ରଦାନ କରାଯାଇଛି।

ସଂଗଠନର କାର୍ଯ୍ୟକର୍ତ୍ତାମାନେ ମାଣ୍ଡେଲ ଗାଁରେ ପହଞ୍ଚି ବାପ ମା’ ଛେଉଣ୍ଡ ଲିଲି ମୁଣ୍ଡା (୧୭)ଙ୍କୁ ଚାଉଳ, ଡାଳି ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରିଥିଲେ। ଲିଲି ମୁଣ୍ଡାଙ୍କ ବାପା ମା’ ନଥିବାବେଳେ ସେ ଏକୁଟିଆ ରହୁଛନ୍ତି। କୁଳି ମଜୁରୀକରି ଚଳୁଥିବା ଏହି କିଶୋରୀଙ୍କୁ ସଂଗଠନ ପକ୍ଷରୁ ସହାୟତା ଯୋଗେଇଦେବାସହ ସମବେଦନା ଜ୍ଞାପନ କରାଯାଇଛି।

ସେହିପରି ଭାବେ ନର୍ଲା ବ୍ଲକ ପିପୋଲପଦର ଗାଁର ସାବେତ୍ରୀ ମାଝୀ (୮୦)ଙ୍କ ପରିବାରରେ ମଧ୍ୟ କେହି ନାହାନ୍ତି। ପରିଣତ ବୟସରେ ସେ ଏକୁଟିଆ ହୋଇ ପଡିଛନ୍ତି। ଆହାସାହା ହେବାକୁ କେହିନାହିଁ। ବଞ୍ଚିବାର ସାହାରା କହିଲେ ମାସକୁ ୫କିଲୋ ସରକାରୀ ଚାଉଳ ଏବଂ ଭତ୍ତା ଟଙ୍କା। ଏହି ଅସହାୟ ବୃଦ୍ଧାଙ୍କୁ ମଧ୍ୟ ସୁକନ୍ୟା ଶକ୍ତି ସଂଗଠନ ପକ୍ଷରୁ ରାସନ ସାମଗ୍ରୀ ଯୋଗାଇ ଦିଆ ଯାଇଛି।

ସହାୟତା ପ୍ରଦାନ ସମୟରେ ସୁକନ୍ୟା ଶକ୍ତି ସଂଗଠନ ଚ୍ୟାରିଟେବୁଲ ଟ୍ରଷ୍ଟ ନର୍ଲା କଳାହାଣ୍ଡିର ଚ୍ୟାରମେନ ରୋହିତସା କୁମ୍ଭାର, ଜିଲ୍ଲା ସଂଯୋଜକ ଅଜିତ କୁମାର ଦିପ, ନର୍ଲା ବ୍ଲକ ସୁପରଭାଇଜର ତରୁଲତା ତାଣ୍ଡି, ନର୍ଲା ବ୍ଲକ ସଂଯୋଜକ ରମି ଦିପ, ନର୍ଲା ସଭାପତି ପୁଷ୍ପାଞ୍ଜଳୀ କୁମାର, ସଂପାଦିକା ଭାରତୀ ଝାଙ୍କରଙ୍କ ସମେତ ଗ୍ରାମପଞ୍ଚାୟତ ସଂଯୋଜକମାନେ ଉପସ୍ଥିତ ଥିଲେ। ସଂଗଠନର ଏପରି କାର୍ଯ୍ୟଧାରାକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

ନର୍ଲାରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.