ରାତ୍ରୀକାଳୀନ ଡ୍ୟିୁଟି ଭତା ହ୍ରାସକୁ ନେଇ ରେଳ ଷ୍ଟେସନ ମାଷ୍ଟରଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ

ରାୟଗଡ: ରାୟଗଡ ରେଳ ଡିଭିଜନ ଅଧିନସ୍ଥ କେଆର ଲାଇନର ରେଳ ଷ୍ଟେସନ ମାଷ୍ଟରମାନେ କ୍ୟାଣ୍ଡଲ ଜଳାଇ ଗୁରୁବାର ଦିନ ରାୟଗଡ ରେଳ ଷ୍ଟେସନ ପରିସରରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । କେନ୍ଦ୍ର ରେଳ ବିଭାଗ ପକ୍ଷରୁ ୪୩,୬୦୦ଟଙ୍କାରୁ ଉର୍ଦ୍ଧ ବେସିକ୍ ପେ’ ପାଉଥିବା କର୍ମଚାରୀଙ୍କୁ ରାତ୍ରୀକାଳନୀ ଡ୍ୟିୁଟି ଭତାକୁ ହ୍ରାସ କରି ଦିଆଯାଇଛି । ପୂର୍ବରୁ କର୍ମଚାରୀମାନେ ରାତ୍ରୀକାଳନୀ ଡ୍ୟିୁଟି ଭତା ବାବଦକୁ ୩୦୦ଟଙ୍କା ପାଉଥିବା ବେଳେ ବର୍ତମାନ ଏହାକୁ ୨୨୫ ଟଙ୍କାକୁ କମାଇ ଦିଆଯାଇ ପ୍ରଦାନ କରିବା ନେଇ ରେଳ ବିଭାଗ ନିଷ୍ପତି ନେବା ସହ ବୋନସ ବନ୍ଦ କରାଯାଇଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ଗତ ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ ଦିଆଯାଇଥିବା ରାତ୍ରିକାଳନୀ ଡ୍ୟିୁଟି ଭତାରୁ ମଧ୍ୟ ୨୨୫ ଟଙ୍କା ହିସାବରେ ଦିଆଯାଇ ବାକିତକ ଟଙ୍କା ଫେରସ୍ତ କରି ନେବାକୁ ରେଳ ବିଭାଗ ନିର୍ଦ୍ଦେଶ କରିଥିବା ବେଳେ ମାନ୍ୟବର ସୁପ୍ରିମକୋର୍ଟ ଅସୁଲ ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା କେନ୍ଦ୍ର ସରକାର ଏହାକୁ ଅସୁଲ କରୁଛନ୍ତି ବୋଲି ଷ୍ଟେସନ ମାଷ୍ଟରମାନେ ପ୍ରକାଶ କରିଛନ୍ତି । ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦ କାର୍ଯ୍ୟକ୍ରମ ଗୁରୁବାର ସର୍ବଭାରତୀୟ ସ୍ତରରେ କରାଯାଉଥିବା ବେଳେ ରାୟଗଡ ରେଳ ଷ୍ଟେସନ ପ୍ରତିବାଦ କାର୍ଯ୍ୟକ୍ରମରେ ଷ୍ଟେସନ ମାଷ୍ଟର ସନ୍ତୋଷ କୁମାର ବେହେରା, ଏସ.ପି. ବେହେରା, ଏନ.କେ. ନିରୋଳା, ଏନ.କେ. ପାଠକ, ମୁକେଶ ଗୁପ୍ତା, ରାକେଶ କୁମାର, ଭି.ଏନ.ପାଠକ ଓ କେ.ସି. ରଣା ପ୍ରମୁଖ ଯୋଗ ଦେଇଥିଲେ ।

Udyog Nursery
Udyogi Nursery

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.