ଡିଏଲଏସଏ ପକ୍ଷରୁ ମୈାଳିକ କର୍ତବ୍ୟ ଓ ଅଧୀକାର ସମ୍ବନ୍ଧିତ ଅନଲାଇନ୍ ସଚେତନତା କାର୍ଯ୍ୟକ୍ରମ

ରାୟଗଡ: ରାୟଗଡ ଜିଲ୍ଳା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ତରଫରୁ ଅନଲାଇନ ମାଧ୍ୟମରେ ମୈାଳିକ କର୍ତବ୍ୟ ଓ ଅଧୀକାର ସମ୍ବନ୍ଧିତ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ରୂପରେ କେନ୍ଦ୍ରୀୟ ବିଦ୍ୟାଳୟ, ରାୟଗଡର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ସେହିପରି ଏହି କାର୍ଯ୍ୟକ୍ରମ ଭାରପ୍ରାପ୍ତ ଜିଲ୍ଳା ଓ ଦୈାରାଜଜ୍ ତଥା ଜିଲ୍ଳା ଆଇନ ସେବା ପ୍ରାଧିକରଣ, ଅଧ୍ୟକ୍ଷ ଜ୍ଞାନରଞ୍ଜନ ବାରିକଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାୟଗଡ ଜିଲ୍ଳାରେ ଥିବା ସମସ୍ତ ନ୍ୟାୟାଳୟର ବିଚାରପତି, ଓକିଲ, କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଗ୍ରାମ୍ୟ ନ୍ୟାୟାଳୟ ନ୍ୟାୟାଧିକାରୀ ଶ୍ରୀମତି ସୁବାଷିନି ବେହେରା, ରାୟଗଡ ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ ଶୋଭାନ କୁମାର ପଣ୍ଡା, ବିଷମକଟକ ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ କୁମାର ସ୍ପନ୍ଦନ ମୁଖ୍ୟ ବକ୍ତା ରୂପରେ ଛାତ୍ରଛାତ୍ରୀମାନଙ୍କୁ ମୈାଳିକ କର୍ତବ୍ୟ ଓ ଅଧୀକାର ବିଷୟରେ ଅବଗତ କରାଇଥିଲେ ।ଏହି ଅନଲାଇନ କାର୍ଯ୍ୟକ୍ରମକୁ ଜିଳ୍ଳା ଆଇନ ସେବା ପ୍ରାଧିକରଣର ସଚିବ ମନୋରଂଜନ ମିଶ୍ର ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.