ଅଚଳ ‘ବସୁଧା’ : ଠିକାଦାର ପୋଷା ନିତି ଯୋଗୁଁ ହେଉଛି ଅସୁବିଧା

ନିମ୍ନ ମାନର କାମକୁ ନେଇ ଅଧ୍ୟକ୍ଷାଙ୍କ ଠାରେ ଫେରାଦ ହେଲେ ସରପଞ୍ଚ ଓ ଗ୍ରାମବାସୀ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ବସନ୍ତପଡା ପଞ୍ଚାୟତଠାରେ ‘ବସୁଧା’ ଯୋଜନା ମାଧ୍ୟମରେ ୩୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବ୍ୟୟରେ ଏକ ପ୍ରକଳ୍ପ ନିର୍ମାଣ ହୋଇ ସାରିଛି। ହେଲେ ପ୍ରକଳ୍ପରେ କୌଣସି ଫଳକ ନଥିବାରୁ କେତେ ଟଙ୍କା ବ୍ୟୟ ଓ କେତେ ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ ହୋଇଛି ଏନେଇ ଅଞ୍ଚଳବାସୀ ସନ୍ଧିହିନ ରହିଛନ୍ତି। ଏନେଇ ଠିକାଦାର ଓ ଯନ୍ତ୍ରୀକୁ ବାରମ୍ବାର ପଚାରି ଥିଲେ ମଧ୍ୟ ପ୍ରକାଶ କରୁନଥିବା ସରପଞ୍ଚ ଆଦନୁ ମାଝୀ ପ୍ରକାଶ କରିଛନ୍ତି। ଏହି ପ୍ରକଳ୍ପ ଏକ ବର୍ଷ ପୁରିବାକୁ ଯାଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଘରକୁ ପାଇପ ଲାଇନ ସଂଯୋଗ କରାଯାଇ ନାହିଁ। ଅନ୍ୟପଟେ ଠିକାଦାର ପୋଷା ନିତି ଯୋଗୁଁ ଏପରି ଅସୁବିଧା ସୃଷ୍ଟି ହେଉଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Omkar Vasthu
Omkar Vasthu


ଏଠାରେ ସୂଚନାଯୋଗ୍ୟ ଯେ, ବହୁବର୍ଷ ପରେ ବସନ୍ତପଡା ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ନିମ୍ନ ମାନର କାମ ଓ ମାଟି ତଳେ ନ ପୋତି ପାଇପ ଗୁଡିକୁ ମୁଖ୍ୟ ରାସ୍ତା କଢ଼ରେ ବିଛା ଯାଇଛି। ଯାହା ଫଳରେ ଠିକାଦାର ରଞ୍ଜନ ପ୍ରଧାନ ପ୍ରକଳ୍ପଟିକୁ ହସ୍ତାନ୍ତର ନକରିବା ପୂର୍ବରୁ ପାଇପ ଲାଇନ ଭାଙ୍ଗିବାରେ ଲାଗିଲାଣି। ପ୍ରତ୍ୟେକ ଘରକୁ ପାଇପ ଲାଇନ ସଂଯୋଗ ପାଇଁ ଘର ସମ୍ମୁଖରେ ଏକ ଟାଙ୍କି କରାଯାଇଛି। ସେହି ଟାଙ୍କି ଅଧିକାଂଶ ଲୋକଙ୍କର ମୁଖ୍ୟ ପିଡବ୍ଲୁଟି ରାସ୍ତା ଉପରେ ରହିଛି। ଦୀର୍ଘଦିନର ପାନୀୟ ଜଳ ଯୋଗାଣ ସ୍ଥାୟୀ ଓ ନିୟମିତ ବ୍ୟବସ୍ଥା ପାଇଁ ସ୍ଥାନୀୟ ଲୋକେ ଦାବି କରି ଆସୁଥିବା ସ୍ୱପ୍ନ ସାକାର ହେବାକୁ ଆଶା କରି ଥିବା ବେଳେ ବର୍ତ୍ତମାନ ତାହା ଓଳଟା ହେଉଛି।ପ୍ରଶାସନିକ ତଦାରଖରେ ଅବହେଳା ଯୋଗୁଁ ଏହି ପ୍ରକଳ୍ପ କାର୍ଯ୍ୟ ନିମ୍ନ ମାନର ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରି ନାହିଁ।ଏହାକୁ ନେଇ ବସନ୍ତପଡା ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Pearl dental clinic
Near Ashish Medical Store, Bhawanipatna

ଏହାକୁ ନେଇ ବସନ୍ତପଡା ସରପଞ୍ଚ ଆଦନୁ ମାଝୀ ବାରମ୍ବାର ଠିକାଦାର ଓ ଯନ୍ତ୍ରୀକୁ ଅଭିଯୋଗ କରିଥିଲେ ମଧ୍ୟ ଶୁଣୁ ନଥିବା ପ୍ରକାଶ କରିଛନ୍ତି।ଏନେଇ ବଶନ୍ତପଡା ସରପଞ୍ଚ ଶ୍ରୀ ମାଝୀ, ହରିମାଝୀ, ସୁରେନ୍ଦ୍ର ମାଝୀ ଓ ଗ୍ରାମବାସୀ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଫକୀର ମୋହନ ମାଝୀଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଅଧ୍ୟକ୍ଷ ଶ୍ରୀ ମାଝୀ ବସନ୍ତପଡା ଗାଁକୁ ଯାଇ ତଦନ୍ତ କରି ନିମ୍ନ ମାନର କାମ ଦେଖି ଅତିଶୀଘ୍ର ଏହାର ସମାଧାନ କରିବା ପାଇଁ ବ୍ଲକ ଜଳଯୋଗାଣ ଦାଇତ୍ୱରେ ଥିବା ଯନ୍ତ୍ରୀ ମୋହନ ଚରଣ ସିହାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଯନ୍ତ୍ରୀ ଶ୍ରୀ ସିହାଲଙ୍କୁ ପ୍ରକଳ୍ପ ବିଷୟରେ ପଚାରିବାରୁ ରେଜିଷ୍ଟର ଦେଖି କହିବିବୋଲି କହି ପରେ ତାଙ୍କୁ ବାରମ୍ବାର ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ଉଠାଇ ନଥିଲେ। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏହି ପ୍ରକଳ୍ପକୁ ସଫଳତାର ସହ ସାକାର କରିବାକୁ ସାଧାରଣରେ ଦାବି ହେଉଛି।

Udyog Nursery
Udyogi Nursery
କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ସହ ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.