✍🏾ପଞ୍ଚାନନ ଜାଲ (ସୌରଭ)
ଦର୍ ଦର୍ କରି ପାଏନ୍ ଗଲୁଛେ
ଝୁମରା ନାଇଁନ ରାତି
ଚଡ୍ ଚଡ୍ କରି ଚଡକୁଛେ ମେଘ
ଦୁଲକି ଯଉଛେ ଛାତି ।
ଛାଏନ୍ କେ ଦେଖଲେ କିଛି ନାଇନ
ଦଗ୍ ଦଗା କରି ଦିସବା ଜନ୍
ଦୁଖ ଦେଖୀ କରି ଜୀବନ ନାଇ ସହୁଛେ
କାନ୍ଦି ଯଉଛେ ମନ୍ ।
କୁହି ଗଲାନ ପାଟି କୁଲସା
ଘରର୍ ନାଇନ ଗତି
ବର୍ଷିଲା ପାଏନ ବର୍ଷି ଯଉଛେ
ଲିଭି ଯାଇଛେ ବତି ।
କେତେ ବେଲେ ଭୁସଲି ଯିବା ବୋଲି
ସବକେ ଲାଗୁଛେ ଡର୍
ଓଲ୍ ଦିହେ ରାଏତ୍ ସରତା ରହି
ମୁନୁଷ୍ କେ ହେଲାନ ଜର୍ ।
ଘର ଭିତରେ ଛତା ଧରି
ମା ବସିଛେ କୁଣ ତରେ
ବୁଆ ବସିଛେ ବାଟ୍ ଦୁଆରେ
ଘର୍ ଭୁସଲିବା ଡରେ ।
ଘରର୍ ତଲୁ ଉପର୍ କେ ଦେଖଲେ ଡର୍ ଲାଗୁଛେ
କୁଣ କେ ଦେଖଲେ ମାଏଟ୍
ଓଲ ଛପ୍ ଛପ୍ ଧାନ୍ ଚଉଲ୍
ଖାଏବା କେ ନାଇନ ଖଏଦ୍ ।
ଯେନ୍ ହିସାବେ ପାଏନ୍ ବର୍ଷୁଛେ
ନାଲ ହେଲାନ ଫୁଲ୍
ଥୁପି ମସାରି ନି ମାଛ ଧରବା କେ
ଲୋକ୍ ହେଲେନ ଠୁଲ୍ ।