ବିଷମକଟକ ଠାରେ ବିଜେଡ଼ି ପକ୍ଷରୁ ରକ୍ତଦାନ ଶିବିର, ୭୪ ୟୁନିଟ ରକ୍ତ ସଂଗ୍ରହ

ରାମନାଗୁଡା/ବିସମକଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ ବିଜେଡି ପକ୍ଷରୁ ବିସମକଟକ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ୭୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ତଥା ଜିଲା ବିଜେଡି ସଭାପତି ସୁଧୀର ଦାଶଙ୍କ ତତ୍ୱାବଧାନରେ ବିସମକଟକ ବିଜୁ କଲ୍ୟାଣ ମଣ୍ଡପ ଠାରେ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା। ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରାକା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ।ବିସମକଟକ ନିର୍ବାଚନ ମଣ୍ଡଳୀର ବିସମକଟକ, ମୁନିଗୁଡା, କୋଲନାରା ଓ କଲ୍ୟାଣସିଙ୍ଗପୁର ବ୍ଲକର ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ଶିବିରରେ ରକ୍ତଦାନ କରିଥିଲେ। ବିଜୁ ଯୁବ ଜନତା ଦଳର ଜିଲ୍ଲା ସମ୍ପାଦକ ଡି. ଶିବ ପ୍ରସାଦ ଏବଂ ବ୍ଲକ ସଭାପତି ଦେବୀ ପ୍ରସାଦ ପଟ୍ଟନାୟକ ଶିବିର ପରିଚାଳନା କରିଥିଲେ।

ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦେବଗିରି ପଟ୍ଟନାୟକ, ଜିଲା ସମ୍ପାଦକ ଗଗନ ବିହାରୀ ଆଚାର୍ଯ୍ୟ, ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଜଗନ୍ନାଥ ନୁଣ୍ଡରୁ, ରାଜ୍ୟ ଯୁଗ୍ମ ସମ୍ପାଦକ ପୃଥ୍ୱୀରାଜ ସାହୁ ପ୍ରମୂଖ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିରରେ ଉପସ୍ଥିତ ରହି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଏମ.ଏ. ମଜିଦ, ଲ୍ୟାବ ଟେକ୍ନିସିଅନ ବି. କିଶୋର କୁମାର, ଉମାକାନ୍ତ ମିଶ୍ର, ସରୋଜ କାନ୍ତ ଆଚାର୍ଯ୍ୟ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।

ରାମନାଗୁଡା ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.