ରାୟଗଡ: ମହାମାରୀ କରୋନା ସଂକ୍ରମଣରେ ସଂକ୍ରମିତ ନ ହେବାକୁ ଲୋକଙ୍କୁ ସଚେତନ ଓ ସୁରକ୍ଷା ଦେବା ମଧ୍ୟରେ ରାୟଗଡ ଜିଲ୍ଳା ପୋଲିସର ୧୮୩ଜଣ କର୍ମଚାରୀ ଧୀରେ ଧୀରେ କରୋନାରେ ଆକ୍ରାନ୍ତ ହୋଇ ପୀଡିତ ହୋଇଗଲେ । ତେବେ କୋଭିଡ-୧୯ଗାଇଡଲାଇନକୁ ଅନୁସରଣ କରି କରୋନା ଯୋଦ୍ଧାମାନେ ଜିଲ୍ଳାର ବିଭିନ୍ନ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର,କୋଭିଡ କେୟାର କେନ୍ଦ୍ର ତଥା ହୋମ କ୍ୱାରେନଟାଇନରେ ରହି ଉପଯୁକ୍ତ ଚିକିତ୍ସା ସେବା ଗ୍ରହଣ କରି ପୁଣି ଥରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ନିଜ ଡ୍ୟିୁଟିରେ ଯୋଗ ଦେଇଛନ୍ତି ।
ବର୍ତମାନ ୧୮୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହୋଇ ବିଭିନ୍ନ ର୍ୟାଙ୍କର ୧୬୪ଜଣ ପୋଲିସ କର୍ମଚାରୀ ନିଜ ନିଜ ଡ୍ୟିୁଟିରେ ଯୋଗ ଦେଇଥିବା ନେଇ ରାୟଗଡ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ଶର୍ବଣା ବିବେକ ଏମ.ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିବା ବେଳେ ଡ୍ୟିୁଟିରେ ଯୋଗ ଦେବାକୁ ଆସୁଥିବା ସମସ୍ତ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଓ ଉତ୍ସାହିତ କରାଯାଇ ସ୍ୱାଗତ କରାଯାଉଛି ବୋଲି ମଧ୍ୟ କହିଛନ୍ତି ।
ଏହି କ୍ରମରେ କାଶିପୁର ଥାନାରେ କାର୍ଯ୍ୟରତ ଓଏପିଏଫ ପୋଲିସ କନେଷ୍ଟବଳ ଭୁବନ ମୋହନ ମାଝି କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ଫେରି ଗତକାଲି ସେ ଡ୍ୟିୁଟିରେ ଯୋଗ ଦେଇଥିବାରୁ ଥାନା ଅଧିକାରୀ ଏସ.କେ.ନାୟକଙ୍କ ସମେତ ଅନ୍ୟ ଷ୍ଟାଫମାନେ ତାଙ୍କୁ ସ୍ୱାଗତ କରିଥିଲେ ବୋଲି ସୂଚନା ଦିଆଯାଇଛି ।
ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in
Click here to get 24×7 News & Views alerts
https://facebook.com/odiabarta