ଲଗାଣ ବର୍ଷାରେ ଧସୁଛି ମାଟି ଅତଡା, ଭୟରେ ସାହି ବାସନ୍ଦା
ରାୟଗଡ: ରାୟଗଡ ପୈାର ପରିଷଦ ଅନ୍ତର୍ଗତ ବ୍ୟାଙ୍କ କଲୋନୀରେ ଆପାର୍ଟମେଂଟ ନିର୍ମାଣ ନିୟମକୁ ଉଂଲଘନ କରି ବେଆଇନ ଭାବେ ଠିକାଦାର ଜଣକ ଜି+୪ ବିଶିଷ୍ଠ କୋଠା ନିର୍ମାଣ କରୁଥିବା ନେଇ ଅଭିଯୋଗ ହୋଇଛି । ବର୍ତମାନ ଆର୍ପାଟମେଂଟ ନିର୍ମାଣ ନିମନ୍ତେ ଖୋଲା ଯାଇଥିବାର ଗାତ ଯୋଗୁଁ ଆଖପାଖରେ ଥିବା ପ୍ଳଟଗୁଡିକରେ ଦୀର୍ଘ ବର୍ଷରୁ ରହିଥିବା ଘରଗୁଡିକ ସୁରକ୍ଷିତ ନ ଥିବା ନେଇ ଅଭିଯୋଗ ହୋଇଛି । ଆପାର୍ଟମେଂଟ ନିର୍ମାଣ ପାଇଁ ଠିକାଦାର ଜଣକ ଦୀର୍ଘ ୧ମାସରୁ ଅଧିକ ସମୟ ହେବ ଗାତ ଖୋଲି ଦେଇ ମଝିରେ ପିଲର ଉଠାଇ କାମ ଆରମ୍ଭ କରିଥିବା ବେଳେ ଲଗାଣ ବର୍ଷା ଯୋଗୁଁ ମାଟି ଅତଡା ଖସିବାରେ ଲାଗିଛି । ଫଳରେ ଭୟଭୀତ ହୋଇଛନ୍ତି ଆପାର୍ଟମେଂଟ ପ୍ଳଟକୁ ଲାଗି ରହିଥିବା ଘରମାଲିକମାନେ ।
ଏ ନେଇ ପୈାର ପରିଷଦ ନିର୍ବାହୀ ଅଧିକାରୀଙ୍କ ସହ ସେମାନେ ଆଲୋଚନା କରିଥିବା ବେଳେ ପୈାର ପରିଷଦ ତରଫରୁ କୈାଣସି ଅନୁମତି ମିଳି ନ ଥିବା ସେମାନେ ଜାଣିବାକୁ ପାଇଥିଲେ । ଏହା ସଂପୂର୍ଣ୍ଣ ବେଆଇନ ଭାବେ କାମ କରାଯାଉଥିବା ଜାଣିବାକୁ ପାଇ ଗଣମାଧ୍ୟମକୁ ପ୍ରେସ ନୋଟ ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ପ୍ରକାରେ ନନ୍ଦ ଗୋପାଳ ନାମକ ଜଣେ ଠିକାଦାର ବ୍ୟାଙ୍କ କଲୋନୀ ସ୍ଥିତ ପ୍ଳଟ ମାଲିକ ଶ୍ରୀମତି ବାରତମ ଲକ୍ଷ୍ମୀ ଓ ଜି.ଚନ୍ଦ୍ରଶେଖର ରାଓଙ୍କ ପ୍ଳଟରେ ଜି+୪ ବିଶିଷ୍ଠ କୋଠା ନିର୍ମାଣ କରିବା ପାଇଁ ଗତ କିଛି ଦିନ ହେଲା ୯ ରୁ ୧୦ ଫୁଟର ଗାତ ଖୋଲି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ।
ତେବେ କୈାଣସି ଆପାର୍ଟମେଂଟ ନିର୍ମାଣ ପ୍ରାରମ୍ଭରୁ ଟାଉନ ପ୍ଳାନିଂ ଓ ପୈାର ପରିଷଦ କାର୍ଯ୍ୟାଳୟର ଅନୁମତି ସହ ଲେଆଉଟ ସ୍ୱୀକୃତି ଜରୁରୀ ରହିଥିବା ସହ ନିର୍ମାଣଧୀନ ପ୍ଳଟକୁ ଲାଗି ୧୬ ଫୁଟ ବ୍ୟବଧାନରେ ଗାତ ଖୋଲିବା ସହ ସୁରକ୍ଷା ପାଚେରୀ ନିର୍ମାଣ କରିବା ନିହାତି ଆବଶ୍ୟକ ରହିଥିବା ବେଳେ ଉକ୍ତ ଠିକାଦାର ଜଣଙ୍କ ଏଗୁଡିକ ନିୟମ ପାଳନ ନ କରି ବେଆଇନ ଭାବେ ଆପାର୍ଟମେଂଟ ନିର୍ମାଣ କାମ ଜାରି ରଖିଥିବାରୁ କେତେବେଳେ ଯେ ଆପାର୍ଟମେଂଟ ପ୍ଳଟକୁ ଲାଗି ରହିଥିବା ପଡୋଶୀ ପ୍ଳଟ ମାଲିକ ଜି.ଏ.ଦୋରା, କେ.ଅଶୋକ କୁମାର କୁମୁନ୍ଦନ, ଏଲ.ଚନ୍ଦ୍ରଶେଖର ରାଓ ଓ ଡାକ୍ତର ନବକିଶୋର କୁଣ୍ଡଙ୍କ ଘରଗୁଡିକ ସେ ଗାତ ଯୋଗୁଁ ଧସି ପଡିବ ସେ ନେଇ ଅଭିଯୋଗ କରିଛନ୍ତି ।
ପ୍ରଶାସନ ତଥା ପୈାର ପରିଷଦ ତରଫରୁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରାଯାଇ ବେଆଇନ ଭାବେ ନିର୍ମାଣଧୀନ ହେଉଥିବା କାର୍ଯ୍ୟ ପ୍ରତି ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରାଯାଇଛି ।
ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in
Click here to get 24×7 News & Views alerts
https://facebook.com/odiabarta