ଏବେ ବି ଅପହଂଚ ସ୍ୱାସ୍ଥ୍ୟ ସେବା : ନଦୀର ପ୍ରଖର ସ୍ରୋତରେ ରୋଗୀ ବୋହି ଚିକିତ୍ସାଳୟକୁ ଯାଉଛନ୍ତି ଗ୍ରାମବାସୀ

ରାୟଗଡ: ରାୟଗଡ ଜିଲ୍ଳା ସଦର ବ୍ଳକ ଶେଷଖାଲ ଓ କେରଡା ଗ୍ରାମ ପଂଚାୟତ ଅନ୍ତର୍ଗତ ନାଗାବଳୀ ନଦୀ ଆରପାରିର ଅନେକ ଗ୍ରାମକୁ ନାହିଁ ଏବେ ବି ପକ୍କାରାସ୍ତା । ଫଳରେ ଜରୁରୀକାଳନୀ ସ୍ୱାସ୍ଥ୍ୟ ସେବା ହେଉ ଅଥବା ସରକାରଙ୍କ ଯେ କୈାଣସି ଯୋଜନା ନଦୀ ଆରିପାରିର ଗ୍ରାମବାସୀଙ୍କ ପାଇଁ ହୋଇପଡିଛି ଅପହଂଚ । ଗମନାଗମନ ସୁବିଧାରୁ ବଂଚିତ ଗ୍ରାମବାସୀମାନଙ୍କ ପାଇଁ ଶିକ୍ଷା,ସ୍ୱାସ୍ଥ୍ୟ ଭଳି ମୈାଳିକ ଅଧିକାର ଏମାନଙ୍କ ପାଇଁ ଅଭିଶାପ ପାଲଟିଛି । ବିଶେଷ କରି ଲୋକେ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତି । ଶେଷଖାଲ ଗ୍ରାମ ପଂଚାୟତ ଅନ୍ତର୍ଗତ କିଲିମିସଗୁଡା ଗ୍ରାମକୁ ଗମନାଗମନ ପାଇଁ ନାହିଁ ପକ୍କା ରାସ୍ତାଟିଏ । ଗ୍ରାମ୍ୟ ବିଭାଜନ ବିଭାଗ ପକ୍ଷରୁ ଶେଷଖାଲ ଠାରେ ସେତୁ ନିର୍ମାଣ କାର୍ଯର୍୍ୟ ମନ୍ଥର ଗତିରେ ଚାଲୁ ଥିବାରୁ ପ୍ରଖର ସ୍ରୋତରେ ପ୍ରବାହିତ ହେଉଥିବା ନାଗାବଳୀ ନଦୀରେ ନିଜ ଜୀବନକୁ ବାଜି ଲଗେଇ ବର୍ଷ ବର୍ଷ ଧରି ଗ୍ରାମବାସୀମାନେ ଯାତାୟାତ କରୁଥିବା ଅଭିଯୋଗ କରିଛନ୍ତି ।

୧୪ବର୍ଷିୟ ସାଗର ପୁଆଲା ନାମକ ଜଣେ ଯୁବକଙ୍କୁ ଗତ କାଲି ରାତ୍ରରେ ଭୀଷଣ ଜ୍ୱର ହେଉଥିବା ବେଳେ ଅନ୍ଧାର ରାତ୍ରିରେ ନାଗାବଳୀ ନଦୀ ପାର ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜେମାଦେଇପେଣ୍ଠକୁ ସମ୍ଭବ ପର ନ ହେବାରୁ ଆଜି ସକାଳେ ପରିବାର ବର୍ଗ ଓ ଗ୍ରାମବାସୀଙ୍କ ସହଯୋଗରେ କାନ୍ଧରେ ବୋହି ବୋହି ନାଗାବଳୀ ନଦୀ ପାର ହୋଇ ଚିକିତ୍ସାଳୟକୁ ନିଆଯାଇଥିଲା । ରୋଗୀ ସମେତ ତାଙ୍କୁ କାନ୍ଧରେ ବୋହି ନେଉଥିବା ସମସ୍ତଙ୍କ ଜୀବନ ଯେମିତି ନାଗାବଳୀ ନଦୀରେ ବାଜି ଲାଗିଥିଲା । ନାଗାବଳୀ ନଦୀ ଆରପାରି ଗାଁଗୁଡିକରେ ସ୍ୱାସ୍ଥ୍ୟ ସେବା ଅପହଂଚ ହୋଇ ପଡିଥିବା ବେଳେ ଏ ନେଇ ଜେମାଦେଇପେଣ୍ଠ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକଲ ଅଧିକାରୀ ଡାକ୍ତର ପ୍ରଦୀପ୍ତ କୁମାର ସୁବୁଦ୍ଧିଙ୍କୁ ପଚାରିବାରୁ ଭରା ନଦୀରେ ଏଏନଏମ ଓ ଅନ୍ୟ ମେଡିକଲ ଷ୍ଟାଫମାନେ ପାର ହୋଇ ମାସକୁ ୨ଥର ଯାଇ ଗାଁ ଲୋକଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଚିକିତ୍ସା କରୁଛନ୍ତି । ତେବେ ଗମନାଗମନର ସୁବିଧା ଠିକ ସେ ଉପଲବ୍ଧ ନ ଥିବାରୁ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇବା ସମ୍ଭବପର ହୋଇପାରୁ ନାହିଁ ବୋଲି କହିଛନ୍ତି । କେବଳ ଆଜି ନୁହେଁ ପ୍ରଖର ସ୍ରୋତରେ ପ୍ରବାହିତ ନାଗାବଳୀ ନଦୀ ପାର ହୋଇ ରୋଗୀଙ୍କୁ ନେବା ଆଣିବା କରିବା ପରି ଏପରି ଦାରୁଣ ଚିତ୍ର ଅନେକ ସମୟରେ ଦେଖିବାକୁ ମିଳୁଛି । ତେବେ ଅଂଚଳବାସୀଙ୍କ ଦାବିକୁ ଗ୍ରହଣ କରି ସରକାରଙ୍କ ତରଫରୁ ବ୍ରିଜ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଆସନ୍ତା ୨୦୨୧ବର୍ଷ ମେ ମାସ ସୁଦ୍ଧା ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ବିଭାଜନ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ ମଣ୍ଡଳ ପ୍ରକାଶ କରିଛନ୍ତି ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.