ଗଛପଡି ୧୧ ଘଣ୍ଟା ରାସ୍ତା ଅବରୋଧ, ବିଜୁ ଯୁବବାହିନୀର ଶ୍ରମପରେ ସ୍ୱାଭାବିକ ହେଲା ଯାତାୟତ
ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ନିକଟରେ ଶୁକ୍ରବାର ରାତି ୧୦ ଘଣ୍ଟା ସମୟରେ ଏକ ବିରାଟ ଆମ୍ବ ଗଛ ପଡି ଥିବା ଯୋଗୁଁ ବିଶ୍ୱନାଥପୁର-ରାୟଗଡା ମୁଖ୍ୟ ରାସ୍ତା ୧୧ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିଲା। ରାସ୍ତା ବନ୍ଦ ହୋଇ ପଡିଥିବାରୁ ବିଜେପୁର ବିଜୁ ଯୁବବାହିନୀ ଗଛ ସଫା କରିଥିଲେ। ବିଜୁ ବାହିନୀର ଅକ୍ଲାନ୍ତ ପରିଶ୍ରମ ଫଳରେ ଶନିବାର ସକାଳ ୮ ଘଣ୍ଟା ସମୟରେ ଯାତାୟତ ସ୍ୱାଭାବିକ ହୋଇଥିଲା।
ସୂଚନ ମୁତାବକ ଶୁକ୍ରବାର ରାତି ୧୦ ଘଣ୍ଟା ସମୟରେ ପ୍ରବଳ ବର୍ଷା ଯୋଗୁଁ ଲାଞ୍ଜିଗଡ଼ ବ୍ଲକ ବିଜେପୁରଠାରେ ବିଶ୍ୱନାଥପୁର-ରାୟଗଡା ମୁଖ୍ୟ ପିଡବ୍ଲୁଡି ରାସ୍ତା କଡରେ ଥିବା ବିରାଟ ଆମ୍ବ ଗଛ ମୁଖ୍ୟ ରାସ୍ତା ଉପରେ ପଡ଼ିଯାଇଥିଲା। ଏଥିପାଇଁ ୧୧ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇ ରହିଥିଲା। କଳାହାଣ୍ଡି ଜିଲ୍ଲାରୁ ରାୟଗଡା ଜିଲ୍ଲାକୁ ସଂଯୋଗ କରୁଥିବା ଏହି ରାସ୍ତା ମୁଖ୍ୟ ରାସ୍ତା ହୋଇଥିବା ଯୋଗୁଁ ଲୋକେ ନାହିଁନ ଥିବା ଅସୁବିଧା ଭୋଗିଥିଲେ। ଏନେଇ ପ୍ରଶାସନଙ୍କୁ ଖବର ଦିଆଯାଇଥିଲେ ମଧ୍ୟ ସକାଳ ୭ ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚି ନଥିଲେ। ତେଣୁ ବିଜେପୁର ପଞ୍ଚାୟତ ବିଜୁ ଯୁବବାହିନୀ ସଭାପତି ପରିକ୍ଷୀତ ନାଏକଙ୍କ ନେତୃତ୍ୱରେ ୨୦ରୁ ଉର୍ଦ୍ଧ୍ବ ବିଜୁ ଯୁବବାହିନୀ ସଦସ୍ୟ ଶନିବାର ସକାଳ ୭ ଘଣ୍ଟାଠାରୁ ରାସ୍ତା ଉପରେ ପଡିଥିବା ଗଛଟିକୁ କାଟି ଥିଲେ।ପ୍ରାୟ ୧ ଘଣ୍ଟା ପରେ ସକାଳ ୮ ଘଣ୍ଟା ସମୟରେ ଯାତାୟତ ସ୍ୱାଭାବିକ ହୋଇଥିଲା।
ଏହି ମହତ କାର୍ଯ୍ୟରେ ବିଜୁ ଯୁବବାହିନୀ ପକ୍ଷରୁ ବରୁଣ ନାଏକ, ଲବ ନାଏକ, ରାଜକିଶ୍ୱର ନାଏକ, କାର୍ତ୍ତିକ ନାଏକ, ପ୍ରହଲ୍ଲାଦ ନାଏକ, ଦଶରଥ ନାଏକଙ୍କ ସହ ବିଜୁ ଯୁବବାହିନୀର ଅନ୍ୟ କର୍ମକର୍ତ୍ତା ମାନେ ମଧ୍ୟ ସହଯୋଗ କରିଥିଲେ।ବିଜୁ ଯୁବବାହିନୀର ଏହି କାର୍ଯ୍ୟଧାରାକୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in
Click here to get 24×7 News & Views alerts
https://facebook.com/odiabarta