କଳାହାଣ୍ଡି: ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କାପସରା – କୁଟ୍ରୁଖମାର ଦୟାନିଧି ଛକ ନିକଟରେ ଜଣେ ନିଖୋଜ ପ୍ରୋଢ ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି। ମୃତକ ଜଣକ କେସିଙ୍ଗା ବ୍ଲକ ଦେଣ୍ଡୋଗୁଡା ଗାଁର ତନୁ ରଞ୍ଜନ ପୋଢ (୫୦) ବୋଲି ତାଙ୍କ ପରିବାରବର୍ଗ ପ୍ରକାଶ କରିଛନ୍ତି। ସେ ଧର୍ମଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟରତ ଥିବା ଜଣାପଡିଛି। ତନୁ ରଞ୍ଜନ ଗତ ଶୁକ୍ରବାର ଠାରୁ ନିଖୋଜ ଥିବାବେଳେ ଆଜି (ସୋମବାର) ତାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି।
କାପସରା-କୁଟ୍ରୁଖମାର ଜାତୀୟ ରାଜପଥ ପାର୍ଶ୍ବର ଏକ ଶୁଖିଲା ଗଛରେ ଝୁଲନ୍ତା ଅବସ୍ଥାରେ ତାଙ୍କ ଶବ ଦେଖିବାକୁ ମିଳିଥିଲା। ପଥର ଉପରେ ଶୁଖିଲା ଗଛ ଥିବା ବେଳେ ଏକ ରଶି ଦ୍ବାରା ତନୁ ରଞ୍ଜନଙ୍କ ମୃତଦେହ ଓହଳି ରହିଛି। ତେବେ ଏହା ଆତ୍ମହତ୍ୟା କି ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ଭବାନୀପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ଼ (ମୁନ୍ନା)ଙ୍କ ରିପୋର୍ଟ OdiaBarta.in
Click here to get 24×7 News & Views alerts
https://facebook.com/odiabarta