ମହାଶକ୍ତି ଫାଉଣ୍ଡେସନର ୧୬ତମ ବାର୍ଷିକ ଉତ୍ସବ

କଳାହାଣ୍ଡି: ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ୧୬ତମ ବାର୍ଷିକ ଉତ୍ସବ ଆଜି ସାମାଜିକ ଦୂରତା ସହିତ ପାଳିତ ହେଇଯାଇଛି । ସଂପାଦକ ଯୋଗାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ । ପ୍ରତିଷ୍ଠାତା ସଭ୍ୟା କାଳେନ୍ଦ୍ରୀ ଭୋଇ,ପୁଷ୍ପାଞ୍ଚଳୀ ଶର୍ମା, କଳାବତୀ ଭୋଇ, ଜ୍ୟୋତିରଂଜନ ମହାପାତ୍ର, ଜୋନାଲ ବିଜନେସ୍ ହେଡ଼ ସୀମାଂଚଳ ପଟ୍ଟନାୟକ ପ୍ରମୁଖ ମଂଚାସୀନ ରହିଥିଲେ ।

Omkar Vasthu
Omkar Vasthu


ଶ୍ରୀ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଶ୍ରୀ ବେହେରା ମହାଶକ୍ତି ର ୨୦୦୪ ମସିହାରେ ପ୍ରତିଷ୍ଠା ଦିନଠାରୁ ଆରମ୍ଭ କରାଯାଇ ଆଜିଯାଏଁ ତାର ଜୟଯାତ୍ରା ସଂପର୍କରେ ଆଲୋକପାତ କରିଥିଲେ । ପ୍ରତିଷ୍ଠାତା ସଭ୍ୟ/ସଭ୍ୟମାନେ ଆରମ୍ଭରେ କିଭଳି ସଂଘର୍ଷ କରାଯାଇ ଏହି ମହାଶକ୍ତିକୁ ଆରମ୍ଭ କରିବା ସହିତ ଏବେ ଓଡ଼ିଶା ସମେତ ଅନ୍ୟ ଚାରୋଟି ରାଜ୍ୟକୁ ବିସ୍ତାରିତ କରିପାରିଛନ୍ତି ସେ ସଂପର୍କରେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ପ୍ରାରମ୍ଭରେ ବୈଦିକ ସଂସ୍କୃତିମତେ ଷୋହଳଟି ଦୀପ ଅତିଥିମାନଙ୍କ ହାତରେ ପ୍ରଜ୍ୱଳନ ସହିତ ସର୍ବଧର୍ମ ସମନ୍ୱୟ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପରୁ କର୍ମୀମାନେ ଯୋଗଦେଇଥିବାବେଳେ କୋଭିଡ଼ ନିୟମକୁ ଦୃଷ୍ଟିରେ ରଖି ସମସ୍ତ କାର୍ଯ୍ୟକ୍ରମକୁ ନିରାଡ଼ମ୍ବର ଭାବରେ ସମାପନ କରାଯାଇଥିଲା ।

Udyog Nursery
Udyogi Nursery

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ Odiabarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.