କଳାହାଣ୍ଡି/କୋକସରା (ଜଗଦିଶ ଚନ୍ଦ୍ର ନାଏକ): କଳାହାଣ୍ଡି ଓ ନବରଙ୍ଗପୁର ଜିଳ୍ଲା ସିମାନ୍ତ ସାହାଜଖୋଲ ସଂରକ୍ଷିତ ଜଙ୍ଗଳ ମଧ୍ୟରେ ଆମପାଣି ପଞ୍ଚାୟତର ଅନେକ ଆଦିବାସୀ ବହୁଳ ଗାଁ ରହିଛି, ଯେଉଁଠି ଆଜି ଯାଏ ଭଲ ଭାବରେ ବିକାଶର ଛାଇ ପଡିନାହିଁ । ଏଭଲି ଗାଁ ମଧ୍ୟରେ କୁଟୁରୁ ଗୋଟିଏ । ବଣ ପାହାଡ ଭିତରେ ଜୀବନ ଅତିବାହିତ କରୁଥିବା ଏହି ଗାଁ ରେ ସରକାରଙ୍କ ମାଳମାଳ ଯୋଜନା ଥିଲେ ମଧ୍ୟ ଆଜିବି ଏଠିକାର ଲୋକେ ମୌଲିକ ସୁବିଧାରୁ ବଞ୍ଚିତ ।
କୋକସରା ବ୍ଲକ ସଦରମହକୁମା ଠାରୁ ପାଖାପାଖି ୨୮ କିମି ଦୂରରେ ରହିଛି ଏହି ଗାଁ । ଆମପାଣି ପଞ୍ଚାୟତ ଅନ୍ତର୍ଗତ ଏହି ରାଜସ୍ୱ ଗାଁରେ ୬୦ ପରିବାର ର ୩ ଶହରୁ ଉର୍ଦ୍ଧ ଲୋକେ ବସବାସ କରନ୍ତି । ଏଠିକାର ଲୋକେ କୁଲି ମଜୁରି କରି ଚଲିବା ସହିତ ଜଙ୍ଗଲର ମହୁଲ, ଚାର ଓ ବିଭିନ୍ନ କିସମର କନ୍ଦା ଭଲି ଅନେକ ବଣ୍ୟ ଜାତଦ୍ରବ୍ୟ ଏମାନଙ୍କ ଜୀବିକା ଅର୍ଜନର ପନ୍ଥା । ଏହା ବ୍ୟତିତ କିଛିଲୋକ ପନିପରିବା ଓ ମକା ଚାଷ ମଧ୍ୟ କରି ପରିବାର ପ୍ରତିପୋଷଣ କରନ୍ତି । ଗାଁ ହସିଲେ ଦେଶ ସହିବ କହୁଥିବା ସରକାର ଙ୍କ ଦିର୍ଘ ବର୍ଷର ସାଶନ କଲପରେ ବି କୁଟୁରୁ ଗାଁ କୁ ପହଞ୍ଚି ପାରିନି ଅନେକ ଯୋଜନା ଓ ଗାଁରେ ରହିଛି ଏକାଧିକ ସମସ୍ୟା ।
ଏହି ଗାଁ କୁ ଯିବାକୁ ହେଲେ ସବି ଦିନଆ ଭଲ ରାସ୍ତାଟିଏ ହୋଇ ପାରିନାହିଁ । ଖାରା ଓ ଶୀତ ଦିନରେ ଯେମିତି ସେମିତି ଯିବା ଆସିବା ହୋଇଥାଏ, ହେଲେ ବର୍ଷା ଦିନ କଥା ନ କହିବା ଭଲ । ଗାଁ ରେ କାହାର ସ୍ୱସ୍ଥ୍ୟ ଖରାପ ହୁଏ ଖଟିଆରେ ବୋହି ନେବାକୁ ପଡିଥାଏ ରୋଗୀକୁ । ଆଉ କିଛିବାଟ ପରେ ମିଲିଥାଏ ଆମ୍ବୁଲାନ୍ସ ସେବା । ପଡିଏସ୍ ସାମଗ୍ରୀ ପାଇଁ ପ୍ରାୟ ୧୮ କିମି ଆମପାଣି ପଞ୍ଚାୟତ କୁ ଯିବାକୁ ପଡିଥାଏ । ଟଙ୍କିକିଆ ଚାଉଲ ପାଇଁ ଅଧିକ ପରିବହନ ଖର୍ଚ୍ଚ କରିବାକୁ ପଡିଥାଏ । ଟ୍ରାକ୍ଟର ଓ ଅଟେ ଭଡା କରି ପଡିଏସ୍ ସାମଗ୍ରୀ ଆଣିବା କୁ ଆସି ଗାଁ କୁ ଫେରିବା ବେଳେ ଘାଟି ରାସ୍ତା ଓ ଜଙ୍ଗଲିଆ ଅଙ୍କା ବଙ୍କା ରାସ୍ତା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥିବା ନଜିର କୁ ଆସିଛି । ସବୁ ଦିନିଆ ଭଲ ରାସ୍ତା ନ ଥିବା ଯୋଗୁଁ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବା କୁ ମିଲିଥାଏ । ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ଏହି ଗାଁରେ ଦଶନ୍ଧି ଦଶନ୍ଧି ହେଲାଣି ବିକାଶର ନାଁ ନାହିଁ । ଗାଁରେ ୩ ଟି ନଲକୁପ ରହିଥିଲେ ବି ପ୍ରାୟ ସମୟରେ ଜଳ ସମସ୍ୟା ଲାଗି ରହିଥାଏ, ଖରା ଦିନରେ ଉତ୍କଟ ଜଳ ସମସ୍ୟା ଦେଖା ଦେଇଥାଏ । ତେଣୁଁ ଏଠିକାର ଲୋକେ ଝରଣା ପାଣି ଉପରେ ନିର୍ଭର କରିଥାନ୍ତି, ଝରଣାର ଦୂଷିତ ପାଣି କୁ ବ୍ୟବହାର କରି ଅନେକ ରୋଗର ଶୀକାର ମଧ୍ୟ ହୁଅନ୍ତି ।
ନିର୍ବାଚନ ସମୟରେ ଧବଧାଉଲିଆ ନେତାଙ୍କ ପାଦ ଏହି ଗାଁ କୁ ପଡିଥାଏ ଓ ବିକାଶର ଅନେକ ଫମ୍ପା ପ୍ରତିଶ୍ରୁତି ଦେଇ ଲୋକଙ୍କ ମନ ଜିଣି ଭୋଟ ହାତଇଥାନ୍ତି । ନିର୍ବାଚାନ ଯେମିତି ସରିଯାଏ ନେତାଙ୍କ ଆଉ ଦେଖା ଦର୍ଶନ ମିଲେ ନାହିଁ । ଯଦି କେମିତି ଏହି ନେତା ମନ୍ତ୍ରୀ ମାନେ ନିଜ ସ୍ୱାର୍ଥ ଓ ଦଳୀୟ ପ୍ରଚାର ପାଇଁ କେବେ କାଲେ ଗାଁ କୁ ଆସନ୍ତି ଓ ନିରୀହ ଆଦିବାସୀ ମାନଙ୍କୁ କିଛି ଶସ୍ତା ଜିନିସ ବଣ୍ଟନ କରି ଭକୁଆ ବନାଇଥାନ୍ତି । ଆଉ ଗାଁରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଶିଘ୍ର ସମାଧାନ କରିବା ପାଇଁ ଫମ୍ପା ପ୍ରତିଶ୍ରୁତି ମଧ୍ୟ ଦେଇଥାନ୍ତି, କିନ୍ତୁ ତାହା ବାସ୍ତବରେ ପୂରଣ ହୁଏ ନାହିଁ । ନେତା ମାନଙ୍କ ବ୍ୟତିତ ଯିଦି କେମିତି ନିହାତି ଜରୁରୀ ପଡେ ସରକାରୀ ଅଧିକାରୀ ଓ କର୍ମଚାରୀ ମାନେ ଗାଁ କୁ ଆସନ୍ତି । ବିଭିନ୍ନ ସମସ୍ୟାରେ ଘାଣ୍ଟି ହୋଇ ଏହି ଗାଁ ଲୋକେ ଅନେକ ଦୁର୍ବିସହ ଜୀବନ ଯାପନ କରୁଥିବାବେଳେ ଗାଁ ରେ ଯଦି କିଛି ଉନ୍ନତିମୂଳକ କାର୍ଯ୍ୟ ହୁଏ ସରକାରୀ ବାବୁ ଓ ଦଲାଲ ମାନଙ୍କର ଇଚ୍ଛା ଅନୁସାରେ ହୋଇଥାଏ । ନିଜ ଗାଁ ସମସ୍ୟା ନେଇ ବିଭିନ୍ନ ସମୟରେ ପ୍ରଶାସନ ଓ ସ୍ଥାନୀୟ ନେତା ମାନଙ୍କୁ ଜଣାଇ ଆସୁଥିଲେ ବି ଏହି ଆଦିବାସୀ ପଲ୍ଲୀ ପ୍ରତି ପ୍ରକୃତ ଅବସ୍ଥା ବୁଝିବା ପାଇଁ ସତେ ଯେମିତି କାହାରି ଦରଦ ନାହିଁ, ତେଣୁ ଏମାନଙ୍କୁ ସାମାନ୍ୟ ମୌଲିକ ସୁବିଧା ଟିଏ ମଧ୍ୟ ଭଲ ଭାବରେ ମିଲିପାରୁ ନାହିଁ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସାମାଧାନ କରିବା ପାଇଁ ଜନ ସାଧାରଣରେ ଦାବୀ ହେଉଛି ।