୧୭ ପଜିଟିଭ୍ ଚିହ୍ନଟ ପରେ ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୭୯୪୨
ରାୟଗଡ: ରାୟଗଡ ଜିଲ୍ଳାରେ ମଙ୍ଗଳବାର ଦିନ ମାତ୍ର ୧୭ଜଣ ନୂଆ ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ବର୍ତମାନ ଜିଲ୍ଳାରେ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୯୪୨କୁ ଛୁଇଁଥିବା ନେଇ ଜିଲ୍ଳା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏହି ୧୭ ଜଣଙ୍କ ମଧ୍ୟରେ ୧୧ ଜଣ ପୁରୁଷ ଓ ୬ଜଣ ମହିଳା ଆକ୍ରାନ୍ତ ରହିଛନ୍ତି । ସେହିପରି ମୋଟ ୭୯୪୨ ଜଣ ପଜିଟିଭ୍ ଆକ୍ରାନ୍ତଙ୍କ ମଧ୍ୟରେ ୭୭୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫୭ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି ୯ ଜଣ ହୋମ କ୍ୱାରେନଟାଇନରୁ ଚିହ୍ନଟ ହୋଇଥିବା ବେଳେ କଂଟାକ୍ଟ ଟ୍ରେସିଂରୁ ୫ ଜଣ ଓ ଆଇଏଲଆଇ/ସାରି ଲକ୍ଷଣ ଥିବା ୧୦ ଜଣ ଚିହ୍ନଟ ହୋଇଛନ୍ତି ।
ମଙ୍ଗଳବାର ୧୭ ଜଣଙ୍କ ମଧ୍ୟରେ କେହି ହେଲେ କରୋନା ଯୋଦ୍ଧା ଚିହ୍ନଟ ହୋଇ ନ ଥିବା ଜଣାପଡିଛି । ଫଳରେ ଜିଲ୍ଳାରେ ୮୦୮ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ବେଳେ ୮୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୪ ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି ଏବଂ ୪ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ସୂଚନା ଦେଇଛି ।
ସେହିପରି ଜିଲ୍ଳାର କଲ୍ୟାଣସିଂହପୁର ବ୍ଳକରେ ସର୍ବାଧିକ ୪ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବିଷମକଟକ, ଗୁଣପୁର ଗ୍ରାମାଂଚଳ ଓ ରାୟଗଡ ସହରାଂଚଳରୁ ୩ଜଣ ଲେଖାଁଏ ଏବଂ କାଶିପୁର ଓ କୋଲନରା ବ୍ଳକରୁ ୨ଜଣ ଲେଖାଁଏ ମୋଟ ୧୭ଜଣ ଚିହ୍ନଟ ହୋଇଛନ୍ତି । ବର୍ତମାନ ରାୟଗଡ ଜିଲ୍ଳାରେ ୯୭.୫୨ ପ୍ରତିଶତ ସୁସ୍ଥତା ହାର ଓ ସକ୍ରିୟ ହାର ୧.୯୮ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ୦.୫୦ ପ୍ରତିଶତ ହାରରେ ୪୦ ଜଣଙ୍କ ମୃତ୍ୟୁ ହୋଇଛିି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in