ଯୁବ ଅନୁଷ୍ଠାନ ବିକାଶ କାର୍ଯ୍ୟକ୍ରମ

କଳାହାଣ୍ଡି(କ୍ଷମାନିଧି ମହାକୁଡ): ନେହରୁ ଯୁବ କେନ୍ଦ୍ର କଳାହାଣ୍ଡିର ଯୁବ ସଂଯୋଜକ ପ୍ରସନ୍ନ ମେହେର ଓ ଲେଖାପାଳ ଦ୍ଵିତୀୟା ବନଛୋରଙ୍କ ନେତୃତ୍ୱରେ ଭବାନୀପାଟଣା ବ୍ଲକର ବିଭିନ୍ନ ଯୁବକ ସଂଘରେ ‘ଯୁବ ଅନୁଷ୍ଠାନ ବିକାଶ କାର୍ଯ୍ୟକ୍ରମ’ ଆରମ୍ଭ ହୋଇଯାଇଛି। ଯୁବଶକ୍ତି ୟୁଥ କ୍ଳବ ଦୁମ୍ବେରବାହାଲ, ଦେପୁର ଯୁବକ ସଂଘ, ବୁଢ଼ାରଜା ସାଂସ୍କୃତିକ ଅନୁଷ୍ଠାନ ଦାଦପୁର, କଳିଙ୍ଗ ଏନିମଲ କ୍ଲବ, ଶିବଶକ୍ତି କ୍ଲବ, ଜୟ ଭୈରବ ଯୁବକ ସଂଘ ମେଦିନିନିପୁର, କେଦାର ଉଦିଦ ଯୁବକ ସଂଘ ଇଚ୍ଛାପୁର ଏବଂ ବ୍ଲକର ବିଭିନ୍ନ କ୍ଳବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଶରତ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ। ଏଥିରେ ଯୁବ ନେତୃତ୍ବ ସନ୍ତୋଷ ସେନାପତି, ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜାତୀୟ ଯୁବ ସ୍ବେଚ୍ଛାସେବୀ ଶଙ୍କର ଦୀପ, ମିଲନ କୁମାର ଭୋଇ, ସୌମରଞ୍ଜନ ସାହୁ , ଧନଞ୍ଜୟ ଆଡ଼ଜୁଆଡ଼ ସହଯୋଗ କରିଥିଲେ ଏବଂ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଭବାନୀପାଟଣା ବ୍ଲକର ଜାତୀୟ ଯୁବ ସ୍ବେଚ୍ଛାସେବୀ ଶଙ୍କର ଦୀପ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.