ନିଖୋଜ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ସଇଁନ୍ତଲା: ବଲାଙ୍ଗିର ଜିଲ୍ଲା ବଡ଼ମାଲ ଫାଣ୍ଡି ଅନ୍ତର୍ଗତ କୁଇକେଡା ପଞ୍ଚାୟତର ଟିମାରମୁଡା ପୋଖରୀ ନିକଟ ଏକ ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ସେ ବେକରେ ରସି ଲଗେଇ ଓହଳି ପଡିଥିବା ଦେଖାଯାଇଛି। ମୃତକ ରେଙ୍ଗାଲି ଗ୍ରାମର ଅମିତ ସାହୁ (୨୫)ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଯୁବକ ଜଣକ ଗତରାତିରୁ ଘରୁ ନିଖୋଜ ଥିଲାବେଳେ ଘରଲୋକେ ଖୋଜା ଖୋଜି କରିଥିଲେ କିନ୍ତୁ ପାଇନଥିଲେ।


ଆଜି ସକାଳୁ କିଛି ଲୋକ ପୋଖରୀକୁ ଗାଧୋଇ ଯିବାପାଇଁ ଗଲାବେଳେ ପୋଖରୀ ନିକଟରେ ଥିବା ଗଛ ଉପରେ ଏକ ବ୍ୟକ୍ତିର ଝୁଲନ୍ତା ଶବ ଦେଖିଥିଲେ। ପରେ ସ୍ଥାନୀୟ ଲୋକେ ମୃତ ବ୍ୟକ୍ତିର ପରିବାରକୁ ସୂଚନା ଦେବାସହ ପୋଲିସକୁ ଖବର କରିଥିଲେ। ବଡ଼ମାଲ ପୋଲିସ ଘଟଣା ସ୍ଥଳକୁ ପହଂଚି ଶବକୁ ଜବତ କରିବାସହ ଶବ ବ୍ୟବଚ୍ଛେଦ କରିବା ପାଇଁ ଟିଟିଲାଗଡ ଡାକ୍ତର ଖାନାକୁ ପଠାଇ‌ ଦେଇଛନ୍ତି।

ସଇଁନ୍ତଲା ପ୍ରତିନିଧି ଅବିନାଶ ନନ୍ଦଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.