ରାୟଗଡ ଜିଲ୍ଳା ପୋଲିସ ପକ୍ଷରୁ ୬୧ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ

ଶହୀଦ ବୀର ଯବାନ ଓ ପୋଲିସ କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଂଜଳି ଜଣାଇଲେ ଏସ.ପି.

ରାୟଗଡ: ରାୟଗଡ ଜିଲ୍ଳା ଚାନ୍ଦିଲି ସ୍ଥିତ ରିର୍ଜବ ପୋଲିସ କାର୍ଯ୍ୟାଳୟ ପରିସରରେ ରାୟଗଡ ଜିଲ୍ଳା ପୋଲିସ ତରଫରୁ ୬୧ତମ ପୋଲିସ ଶହୀଦ ସ୍ମୃତି ଦିବସ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ଶର୍ବଣା ବିବେକ ଏମ.ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ୟାରେଡର ଅଭିବାଦନ ଗ୍ରହଣ କରିବା ସହ ବୀର ଶହୀଦ ଓ ଦିବଂଗତ ପୋଲିସ କରୋନା ଯୋଦ୍ଧାଙ୍କ ସ୍ମୃତିଚାରଣ କରିଥିଲେ ।

Udyog Nursery
Udyogi Nursery


୧୯୫୯ ମସିହାରେ ଅକ୍ଟୋବର ୨୧ ତାରିଖରେ ଭାରତ ସୀମାନ୍ତ ଲଦାଖ ଅଂଚଳରେ ସିଆରପିଏଫର ଏକ ଟୋଲି ପେଟ୍ରୋଲିଂ କରୁଥିବା ସମୟରେ ଚୀନ ସୈନ୍ୟମାନଙ୍କ ଗୁଳିର ଶୀକାର ହୋଇ ନିଜ ମାତୃଭୂମି ପାଇଁ ପ୍ରାଣବଳି ଦେଇ ଶହୀଦ ହୋଇଥିବାରୁ ଏହି ଦିବସକୁ ଚିରସ୍ମରଣୀୟ ରଖିବା ଏବଂ ଶହୀଦ ବୀର ଯବାନଙ୍କ ଅମର ଆତ୍ମାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଂଜଳି ଞାପନ ପୂର୍ବକ ଏହି ଦିବସ ପାଳନ କରାଯାଉଛି ବୋଲି ଜିଲ୍ଳା ଏସ.ପି.ଶ୍ରୀ ବିବେକ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ ।


ସେହିପରି ଗତ ୨୦୧୯ ସେପ୍ଟେମ୍ବର ୧ ତାରିଖ ଠାରୁ ଚଳିତ ବର୍ଷର ଅଗଷ୍ଟ ୩୧ ତାରିଖ ୧ ବର୍ଷ ମଧ୍ୟରେ ଦେଶସେବା ପାଇଁ ପ୍ରାଣବଳି ଦେଇ ଶହୀଦ ହୋଇଥିବା ଏବଂ ଚଳିତ ମାସର ୧୬ ତାରିଖ ମଧ୍ୟରେ କରୋନା ମହାମାରୀ ସମୟରେ କାର୍ଯ୍ୟରେ ନିୟୋଜିତ ରହି ପ୍ରାଣବଳି ଦେଇଥିବା ଶହୀଦ ପୋଲିସ କରୋନା ଯୋଦ୍ଧାମାନଙ୍କ ନାମ ପଠନ କରିଥିଲେ । ରାୟଗଡ ଜିଲ୍ଳାର ମୁନିଗୁଡା ଥାନା ଆଇଆଇସି ରାଜେନ୍ଦ୍ର ଦେହୁରୀ ମଧ୍ୟ କରୋନା ଯୋଦ୍ଧା ଭାବେ ଶହୀଦ ହୋଇଥିବା ନେଇ ଏସ.ପି. ତାଙ୍କ ନାମ ପଠନ କରିଥିଲେ ।


୬୧ତମ ପୋଲିସ ଶହୀଦ ସ୍ମୃତି ଦିବସ ଅବସରରେ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତାକୁ ମଧ୍ୟ ପଠନ କରିବା ସହ ରିଜର୍ବ ପୋଲିସ କାର୍ଯ୍ୟାଳୟ ପରିସରରେ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ପୁଷ୍ପାମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।


ଏହି କାର୍ଯ୍ୟକ୍ରମରେ ଡେପୁଟି କମାଣ୍ଡଡେଂଟ ଏଚ.କେ. ରଥ, ଏସଡିପିଓ ତପନ ନାରାୟଣ ରଥ, ରାୟଗଡ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ, ଚାନ୍ଦିଲି ଥାନା ଅଧିକାରୀ ନିଳାମ୍ବର ଜାନିଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିବା ବେଳ ନିରଂଜନ ନାୟକ ପ୍ୟାରେଡ ପରିଚାଳନା କରିଥିଲେ ।

ସେହିପରି ସର୍ଜଂଟ ତାଣ୍ଡିମତି ଲାଲ, ଡିଏସଆଇ ଭାସ୍କର ପ୍ରଧାନ, ସୀମାଂଚଳ ଦାଶ, ନିରଂଜନ ଘଟାଲ, ହାବିଲଦାର ମେଜର ପି.କେ.ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.