ଲାଞ୍ଜିଗଡ଼: ୧୧ତମ ପଞ୍ଚାୟତ ସମିତି ବୈଠକ

ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଆବାସ ଯୋଜନା, ମନରେଗା, ବାର୍ଦ୍ଧକ୍ୟ ଭତ୍ତା, ବନବିଭାଗ, ଆଇସିଡିଏସ ଏବଂ ବିବିଧ ବିଷୟ ଉପରେ ଆଲୋଚନା ପର୍ଯ୍ୟାଲୋଚନା

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ରାଜୀବଗାନ୍ଧୀ ସେବାଗୃହରେ ୧୧ତମ ପଞ୍ଚାୟତ ସମିତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ଲାଞ୍ଜିଗଡ଼ ବ୍ଲକ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ଏବିଡ଼ିଓ ବିଭୂତି ଭୂଷଣ ସତପଥୀ, ଏଇ ରେଣୁକା ଠାକୁର, ବ୍ଲକ ଉପାଧ୍ୟକ୍ଷା ତୁଳସୀ ନାଏକ ଓ ଜିଲ୍ଲା ପରିଷଦ ସଭ୍ୟ ଉପେନ୍ଦ୍ର ରାଉତ ପ୍ରମୁଖ ମଞ୍ଚାଶିନ ଥିଲେ। କାର୍ଯ୍ୟକ୍ରମକୁ ଲାଞ୍ଜିଗଡ଼ ବ୍ଲକ ଜିପିଓ ତ୍ରିନାଥ ସାହୁ ପରିଚାଳନା କରିଥିଲେ।

କୋଭିଡ୍-୧୯କୁ ଦୃଷ୍ଟିରେ ରଖି ସାମାଜିବ ଦୂରତା ବଜାୟ ରଖି ଏହି ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ମୁଖ୍ୟତ ମେଡିକାଲ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳର ସମସ୍ୟା, ପ୍ରଧାମନ୍ତ୍ରୀ ଆବାସ ଯୋଜନା, ଆଇସିଡିଏସ, ବନ ବିଭାଗ, ଗମନାଗମନ, ବାର୍ଦ୍ଧକ୍ୟ ଭତ୍ତା, ଏମଜିଏନ୍ଆରଜିଏ, ଏଲପିଡି ଏଫର ବିଭିନ୍ନ ସମସ୍ୟା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା।

ସମିତି ସଭ୍ୟ/ସଭ୍ୟାମାନେ ନିଜ ନିଜ ପଞ୍ଚାୟତର ସମସ୍ୟାକୁ ନେଇ ମତ ରଖିଥିଲେ। ଏହି ବୈଠକରେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧିନସ୍ଥ ବିଭିନ୍ନ ବିଭାଗୀୟ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଉପସ୍ଥିତ ରହିଥିଲେ।

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.