ବ୍ଲକ ଅଧ୍ୟକ୍ଷ ଓ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ ସରପଞ୍ଚ ଫୁଲମେ ମାଝୀ ଓ ସଭିତା ମାଝୀ
କଳାହାଣ୍ଡି/ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ୨ଟି ପଞ୍ଚାୟତର ହିତାଧିକାରୀମାନେ ୨ ମାସ ହେଲା ପିଡିଏସ୍ ଚାଉଳରୁ ବଞ୍ଚିତ ଥିବା ଜଣାପଡିଛି। ଏନେଇ ବୁଧବାର ପଞ୍ଚାୟତ ସମିତି ବୈଠକରେ ବନ୍ଧପାରି ସରପଞ୍ଚ ଫୁଲମେ ମାଝୀ ଓ କୁଂମଖାଲ ସରପଞ୍ଚ ସଭିତା ମାଝୀ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ ଓ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଆଦିବାସୀ ବହୁଳ, ପାହାଡିଆ ଓ ଜଙ୍ଗଲ ଅଞ୍ଚଳ ଭାବେ ପରିଚିତ ବନ୍ଧପାରି ଓ କୁଂମଖାଲ ପଞ୍ଚାୟତର ଗ୍ରାମ ଗୁଡିକରେ ୨ ମାସ ହେଲା ପିଡିଏସ୍ ଚାଉଳ ହିତାଧିକାରୀଙ୍କୁ ବଣ୍ଟନ କରାଯାଇ ନାହିଁ। ହିତାଧିକାରୀମାନେ ପିଡିଏସ୍ ଚାଉଳ ପାଇନଥିବା କାରଣରୁ ବନ୍ଧପାରି ସରପଞ୍ଚ ଫୁଲମେ ମାଝୀ ଓ କୁଂମଖାଲ ସରପଞ୍ଚ ସଭିତା ମାଝୀଙ୍କ ପାଖରେ ଅଭିଯୋଗ କରିଥିଲେ। କରୋନା ସଂକଟ ମଧ୍ୟରେ ହିତାଧିକାରୀମାନଙ୍କୁ ଚାଉଳ ପ୍ରଦାନ କରାଯାଇଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଘଟଣାର ତଦନ୍ତ କରି ଅତିଶୀଘ୍ର ଏହି ୨ ପଞ୍ଚାୟତର ହିତାଧିକାରୀମାନଙ୍କୁ ପିଡିଏସ୍ ଚାଉଳ ଦେବା ପାଇଁ ସରପଞ୍ଚ ମାନେ ବ୍ଲକ ଅଧ୍ୟକ୍ଷ ଓ ବିଡ଼ିଓଙ୍କୁ ଦାବି କରିଛନ୍ତି।