ରିଷିଡା ଜେ.ଡି. କଲେଜ ଛାତ୍ରୀ ତୃପ୍ତିମୟୀ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଓଡିଆ ଅନର୍ସ ଟପର

କଳାହାଣ୍ଡି: ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ନାତକ(କଳା) ଶେଷ ବର୍ଷର ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଏଥର ଓଡ଼ିଆ ଅନର୍ସରେ ବିଶ୍ବ ବିଦ୍ୟାଳୟ ସ୍ତରରେ ଟପର ହୋଇ କଳାହାଣ୍ଡି ଜିଲ୍ଲା ପାଇଁ ପୁଣି ଏକ ଗୈାରବର ଅଧ୍ୟାୟ ସୃଷ୍ଟି କରିଛନ୍ତି ଜଗନ୍ନାଥ ଡିଗ୍ରୀ କଲେଜରିଷିଡାର ଛାତ୍ରୀ ତୃପ୍ତିମୟୀ ସାହୁ। କର୍ଲାମୁଣ୍ଡା ବ୍ଲକ ରିଷିଡାର ବରିଷ୍ଠ ସାମ୍ବାଦିକ କମ୍ବୁପାଣି ସାହୁ ଓ ଦ୍ରୋପଦୀ ସାହୁଙ୍କ ସୁପୁତ୍ରୀ ତୃପ୍ତିମୟୀ ଓଡିଆ ଅନର୍ସରେ ବିଶ୍ୱବିଦ୍ୟାଳୟ ସ୍ତରରେ ଟପର ହେବାସହ ପ୍ରଥମ ଶ୍ରେଣୀ ଅନର୍ସ ସହ ଡିଷ୍ଟିକଂସନ ପାଇଛନ୍ତି।


ତାଙ୍କର ଏଇ ସଫଳତା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଗଦାଧର ପ୍ରଧାନଙ୍କ ସମେତ ସମସ୍ତ ଅଧ୍ୟାପକ/ଅଧ୍ୟାପିକା ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତୃପ୍ତିମୟୀ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଟପର ହୋଇଥିବାରୁ କର୍ଲାମୁଣ୍ଡା ପ୍ରେସ କ୍ଲବ, ସମେତ ବିଭିନ୍ନ ଅନୁଷ୍ଠାନ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.