ସୈନିକ ସ୍କୁଲ୍ ପ୍ରବେଶିକା ପରୀକ୍ଷାରେ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ନେଇ ବୈଠକ

କଳାହାଣ୍ଡି: ଓଡ଼ିଶା ସରକାରଙ୍କ ଶକ୍ତି, ଶିଳ୍ପ, ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଆଗ୍ରହ କ୍ରମେ ବୁଦ୍ଧିଜିବୀମାନଙ୍କୁ ନେଇ ଭବାନୀପାଟଣା ଭାଗୀରଥି ଇନ୍’ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୈନିକ ସ୍କୁଲ୍ ପ୍ରବେଶିକା ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କର ଅଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ତତ୍ତ୍ବାବଧାନରେ ଜିଲ୍ଲାରେ ପ୍ରଥମ କରି ମାଗଣା ପ୍ରଶିକ୍ଷଣ ଦିଆଯିବ ।

ସର୍ବଭାରତୀୟ ସୈନିକ ସ୍କୁଲ୍ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ଛାତ୍ରଛାତ୍ରୀଙ୍କୁ ବିଶେଷଜ୍ଞ ଶିକ୍ଷକମାନଙ୍କ ଦ୍ବାରା ମାଗଣା ପ୍ରଶିକ୍ଷଣ ଦେବା ସହ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ । ଏଥିନିମନ୍ତେ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଳକ୍ ସ୍ତରରେ ଜନ ସଚେତନତା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମହୁରି ସମ୍ପାଦକ ଭବାନୀଶଙ୍କର ନିଆଲ, ଶିକ୍ଷାବିତ୍ ପ୍ରଫେସର୍ ଅକ୍ଷୟ ନନ୍ଦ, ଡ. ଅଜୟ ମିଶ୍ର, ସମାଜସେବୀ ପ୍ରମୋଦ ଖମାରୀ, ଛବିଲାଲ ସାହୁ, ରବି କାନୁନଗୋ, ବସନ୍ତ ପଣ୍ଡା, ସୀମାଞ୍ଚଳ ମିଶ୍ର, ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ, ବରିଷ୍ଠ ଆଇନଜୀବୀ ଜିତେନ୍ଦ୍ର ମହାନ୍ତି, ଆଇନ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁନୀଲ ମୁଣ୍ଡ, ସମାଜସେବୀ ମଣ୍ଟୁ ନାଏକ, ପୂର୍ବତନ ଛାତ୍ର ସଂସଦ ସଭାପତି ଅବିନାଶ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.