ରାମନାଗୁଡା: ରାୟଗଡା ଜିଲ୍ଲା ଗୁଣୁପୁର ଥାନା ରାମନାଗୁଡା ବ୍ଲକ ଶୁଣ୍ଢିଧାମୁଣି ପଂଚାୟତ ଅଧିନସ୍ତ ତାଣ୍ଡିକଣା ଛକ ୩୨୬ ରାଜପଥରେ କୌଣସି ଏକ ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇ ଯାଇଛି।
ମୃତ ମହିଳା ରୁନା କାଡ୍ରାକା (୫୫) ଏବଂ ତାଙ୍କ ସ୍ୱାମୀ ଆଦି କାଡ୍ରାକା ରାମନାଗୁଡା ବ୍ଲକର ଶୁଣ୍ଢିଧାମୁଣି ପଂଚାୟତର ପାଲୁପାଇ ଗ୍ରାମର ବନ୍ଧୁ ଘରକୁ ଯାଇ ନିଜ ଗ୍ରାମ ବିଷମକଟକ ବ୍ଲକ ଦୁର୍ଗୀ ପଂଚାୟତ ଅଧିନ ନୂଆଗାଁ ଗ୍ରାମକୁ ଚାଲି ଚାଲି ଫେରୁଥିବା ସମୟରେ ଦୁର୍ଘଟଣା ଶିକାର ହୋଇଥିବା ଜଣାପଡିଛି।
ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟାଇ ଥିବା ଗାଡିଟି ମେକ୍ସ ପିକ୍ ଅପ୍ ବୋଲି ମୃତ ମହିଳାଙ୍କ ସ୍ୱାମୀ ଆଦି କାଡ୍ରାକା ପ୍ରକାଶ କରିଛନ୍ତି। ଖବର ପାଇ ରାମନାଗୁଡା ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ଘଟଣାର ଅନୁସନ୍ଧାନ କରି ଦୁର୍ଘଟଣା ଜନିତ ମାମଲା ରୁଜୁ କରିବା ପରେ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦେଇଥିବା ଜଣାପଡିଛି।
ରାମନାଗୁଡା ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in