ଫରେଷ୍ଟ ଗାର୍ଡ ନିଖୋଜ, ପରିବାର ଓ ବନ ବିଭାଗ ପକ୍ଷରୁ ଥାନାରେ ଅଭିଯୋଗ

କଳାହାଣ୍ଡି/ଲାଞ୍ଜିଗଡ଼: ସିକେରକୁପା ବନ ବିଭାଗର ଫରେଷ୍ଟ ଗାର୍ଡ ସୁହାଗରଞ୍ଜନ ପଣ୍ଡା ୩ ଦିନ ହେଲା ନିଖୋଜ ଥିବା ନେଇ ବିଶ୍ୱନାଥପୁର ବନବିଭାଗ ପକ୍ଷରୁ ନର୍ଲା ଥାନାରେ ଲିଖିତ ଅଭିଯୋଗ ହୋଇଛି। ବନପାଳ ଶ୍ରୀ ବେହେରାଙ୍କ ସୂଚନା ଅନୁସାରେ ଗତ ୨୧ ତାରିଖ ଦିନ ବିଶ୍ୱନାଥପୁର ରେଞ୍ଜ ଅଫିସ ବୈଠକକୁ ଯିବାପାଇଁ ସକାଳ ୧୦ ଘଣ୍ଟା ପୂର୍ବରୁ ସେ ସୁହାଗଙ୍କ ସହିତ ଫୋନରେ କଥା ହୋଇଥିଲେ। ସୁହାଗ ନିକଟସ୍ଥ ଖିକସାଭଟା ବିଟର ଧାନବାହିଲିଠାରେ ବନବିଭାଗର ନବନିର୍ମିତ ଅଫିସ ଘରକୁ ଯାଇ ଫୋଟ ଆଣି ଅଧା ଘଣ୍ଟା ମଧ୍ୟରେ ଫେରିବି ବୋଲି ଫୋନରେ କହିଥିଲେ। ବନପାଳ ବହୁ ସମୟ ଅପେକ୍ଷା କଲା ପରେ ବାରମ୍ବାର ଫୋନ କରିଥିଲେ କିନ୍ତୁ ତାଙ୍କ ଫୋନ ସୁଇଜଅଫ ଥିଲା। ଏନେଇ ଶ୍ରୀ ବେହେରା ବିଶ୍ୱନାଥପୁର ରେଞ୍ଜ ଅଫିସକୁ ଆସିଏହି ବିଷୟରେ ବନାଞ୍ଚଳ ଅଧିକାରୀ ଲକ୍ଷ୍ୟ ମହାନନ୍ଦଙ୍କୁ ଜଣାଇଥିଲେ। ଶ୍ରୀ ମହାନନ୍ଦ ମଧ୍ୟ ସୁହାଗଙ୍କୁ ଫୋନ କରିଥିଲେ ତେବେ ଫୋନ ବନ୍ଦ ଥିଲା। ୨୧ ତାରିଖ ସନ୍ଧ୍ୟାରେ ସମସ୍ତ ବନ କର୍ମଚାରୀ ଓ ସ୍କୁଆଡ଼ ମିଶି ଖୋଜା ଖୋଜି କରିଥିଲେ କିନ୍ତୁ କିଛି ଜଣା ପଢ଼ିନଥିଲା। ତା ପରଦିନ ଧାନବାହିଲି ଗାଁକୁ ଯାଇ ଭିଏସେଏସ ସଭାପତି ସୁଖମଲ ଗଉଡ଼ଙ୍କୁ ପଚାରିଥିଲେ। ସଭାପତି ଶ୍ରୀ ଗଉଡ଼ କହିବା ଅନୁଯାୟୀ ସେ ଧାନବାହିଲି ଯାଇ ମିଟିଙ୍ଗ ହଲର ପୁରୁଣା ତାଲାକୁ ବଦଳାଇ ଗୋଟିଏ ନୂଆ ତାଲା ପକାଇ ତାଙ୍କୁ ଗୋଟିଏ ଚାବି ଦେଇ ବାଲାପଦର ଗାଁର ସୁକୁମକୁ ଭେଟିବି ବୋଲି କହିଥିବା ସଭାପତି ଶ୍ରୀ ଗଉଡ଼ ବନ ବିଭାଗ ପାଖରେ ପ୍ରକାଶ କରିଥିଲେ। ପୁଣି ବନବିଭାଗ ଖୋଜିବା ପାଇଁ ବାଲା ପଦର ଯାଇଥିଲେ ସେଠାରେ ସୁକୁମ ଘରେ ପଚାରିବାରୁ ସୁକୁମ ସ୍ତ୍ରୀ ହଁ ଆସିଥିଲେ ମୋର ସ୍ୱାମୀ ନାହିଁ କହିବାରୁ ସେ ଚାଲି ଯାଇଥିଲେ ବୋଲି ବନ ବିଭାଗ ନିକଟରେ ପ୍ରକାଶ କରିଥିଲେ। ବନ ବିଭାଗ ପକ୍ଷରୁ ସୁହାଗଙ୍କ ଘର ଲାଞ୍ଜିଗଡ଼ରୋଡ଼କୁ ଯାଇ ମା ଓ ଭାଇକୁ ମଧ୍ୟ ପଚାରିବାରୁ ଧାନବାହିଲି ଯାଇ ଅଧା ଘଣ୍ଟା ମଧ୍ୟରେ ଆସି ଖାଇକି ଅଫିସ ଯିବି ବୋଲି ମା’ଙ୍କୁ କହିଥିବା ସୁହାଗଙ୍କ ମା ପ୍ରକାଶ କରିଥିଲେ। ଏନେଇ ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ଶ୍ରୀ ମହାନନ୍ଦ ଓ ସମସ୍ତ ବନ ବିଭାଗର କର୍ମଚାରୀ ୩ ଦିନ ଧରି ଖୋଜା ଖୋଜି କଲା ପରେ କୌଣସି ତାଙ୍କର ପତ୍ତା ମିଳି ନଥିବାରୁ ଶୁକେ ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ଶ୍ରୀ ମହାନନ୍ଦ ଏବଂ ସିକେରକୁପା ବନପାଳ ଶ୍ରୀ ବେହେରା ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନ୍ୟ ପଟେ ଗୁରୁବାର ସୁହାଗଙ୍କ ମା ଓ ଭାଇ ସିକେରକୁପା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିବା ଜଣା ପଡ଼ିଛି।‌ ଏନେଇ ସିକେରକୁପା ଫାଣ୍ଡି ଏସଆଇ ସୁବାଷ ଗୁରୁଙ୍କୁ ପଚାରିବାରୁ ନିଖୋଜ ହୋଇଥିବା ନେଇ ଫାଣ୍ଡିରେ ଅଭିଯୋଗ ପରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ପ୍ରକାଶ କରିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଜୁନାଗଡ଼ ବ୍ଲକ ଦାସୀଗାଁର ପ୍ରମୋଦ କୁମାର ପଣ୍ଡା ବନ ବିଭାଗରେ ଫରେଷ୍ଟ ଗାର୍ଡ ଭାବରେ ଚାକିରୀ କରୁଥିଲେ। ଚାକିରୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତେଣୁ ତାଙ୍କ ସ୍ଥାନରେ ବନବିଭାଗ ପକ୍ଷରୁ ତାଙ୍କ ପୁଅ ସୁହାଗ ରଞ୍ଜନଙ୍କୁ ଫରେଷ୍ଟ ଗାର୍ଡରେ ଚାକିରୀ ମିଳିଥିଲା। ଆଜିକୁ ୧ ବର୍ଷ ହେଲା ସୁହାଗ ସିକେରକୁପା ବନ ବିଭାଗରେ କାର୍ଯ୍ୟ କରୁଥିଲେ।ତେଣୁ ମା ଓ ଭାଇଙ୍କୁ ଆଣି ଲାଞ୍ଜିଗଡ଼ରୋଡ଼ର ଏକ ଭଡା ଘରେ ଭଡାରେ ନେଇ ରହୁଥିଲେ।

Udyog Nursery
Udyogi Nursery
କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ଼ (ମୁନ୍ନା)ଙ୍କ ସହ ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.