କଳାହାଣ୍ଡି(ହେମନ୍ତ ସାହୁ): ଚଳିତ ବର୍ଷ କରୋନା କଟକଣା ଯୋଗୁଁ ପାର୍ବଣ ଫିକା ପଡ଼ିଯାଇଛି। କେବଳ ବିଧି ରକ୍ଷା ନିମେନ୍ତ କର୍ମକର୍ତ୍ତା, ପୂଜକଙ୍କୁ ନେଇ ଚାଲିଛି ପୂଜାର୍ଚ୍ଚନା। କଳାହାଣ୍ଡି ଜିଲ୍ଲା ମ.ରାମପୁର ସାର୍ବଜନୀନ ଦୁର୍ଗାପୂଜା କମିଟୀ ତରଫରୁ ମଧ୍ୟ ନିରାଡ଼ମ୍ବର ଭାବରେ ସାମାଜିକ ଦୂରତା ସହିତ ପୂଜାର୍ଚ୍ଚନା କରାଯାଉଥିବା ଜଣାଯାଇଛି।
କମିଟୀ ସଭାପତି ହିରେନ୍ଦ୍ର ପ୍ରତାପ ସିଂହଦେଓ ଏବଂ ସଂପାଦକ ବିଭୂତି ଭୂଷଣ ମହାଖୁଡ଼ଙ୍କ ତତ୍ୱାବଧାନରେ କର୍ତ୍ତା ଭାବରେ ପ୍ରଶାନ୍ତ ସାମନ୍ତରା, ପୂଜକ ତ୍ରିଲୋଚନ ଦାଶ, ଅନ୍ତର୍ଯ୍ୟାମୀ ମିଶ୍ର ପରିଚାଳନା କରୁଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଯୁଗଳ
ପ୍ରହରାଜ, ଡ଼ମନ ପୋଢ, ଚମରା ଭୋଇ, ଚିନ୍ତାମଣି ବିଶି, ମଳୟ ତ୍ରୀପାଠୀ ପ୍ରମୁଖ ସହଯୋଗ କରୁଛନ୍ତି । ତେବେ ଏହି ବ୍ଲକ ର ଅନ୍ୟ ପୂଜାମଣ୍ଡପ ଗୁଡ଼ିକରେ ମଧ୍ୟ କେବଳ ପୂଜାର୍ଚ୍ଚନା ଚାଲିଥିବା ଜଣାଯାଇଛି ।