ପୁରା ହେଲା ବାସହରାଙ୍କ ସ୍ୱପ୍ନ, ପ୍ରଶାସନ ଦ୍ବାରା ଅନୁଷ୍ଠିତ ହେଲା ଗୃହ ପ୍ରକାଶ ଉତ୍ସବ

ଲାଞ୍ଜିଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାର ବାସହୀନ ମାନଙ୍କ ଗୃହ ଯୋଗାଇ ଦେଉଛନ୍ତି।ଏହି ଯୋଜନାରେ ଗରିବ ଅସହାୟ ମାନଙ୍କୁ ଘର ନିର୍ମାଣ ପାଇଁ ଦିଆଯାଉଛି ଏକ ଲକ୍ଷ ୩୦ ହଜାର ଟଙ୍କାର ସରକାରୀ ଅନୁଦାନ ରାଶି। ଏହି ଯୋଜନା ଦ୍ବାରା ଲାଞ୍ଜିଗଡ଼ ବ୍ଲକର ଅନେକ ହିତାଧିକାରୀ ଉପକୃତ ହେଉଛନ୍ତି। ସେହି କ୍ରମରେ ଶୁକ୍ରବାର ଦିନ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ଦ୍ବାରା ବ୍ଲକର ୨୬ ଟି ପଞ୍ଚାୟତର ବିଭିନ୍ନ ଗ୍ରାମର ୧୮୫ ଟି ନୂତନ ଘରର ଗୃହ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ଏବିଡ଼ିଓ ବିଭୂତି ଭୂଷଣ ଶତପଥୀ, ଏଇ ରେଣୁକା ଠାକୁର, ବ୍ଲକ ପୂର୍ବତନ ଉପାଦକ୍ଷ ଜଗଦୀଶ ବେନିଆଁ, ଯନ୍ତ୍ରୀ, ପିଇଓ, ଜିଆରଏସ, ଯୋଗାଣ ସହାୟକ, ଜିଓ ଟେକର ସହିତ ବ୍ଲକର ଅନ୍ୟାନ୍ୟ ଅଧିକାରୀ ଓ ପଞ୍ଚାୟତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ପକ୍କା ଘର ଖଣ୍ଡିଏ ନିର୍ମାଣ କରିବାର ସ୍ବପ୍ନ ଦେଖିଆସୁଥିବା ଗରିବ ହିତାଧିକାରୀମାନେ ସେମାନଙ୍କ ସ୍ବପ୍ନ ପୁରଣ ହୋଇଥିବାରୁ ସେମାନେ ବେଶ ପ୍ରଫୁଲ୍ଲିତ ଥିବା ଦେଖାଯାଇଥିଲା।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ଼ (ମୁନ୍ନା)ଙ୍କ ସହ ଲାଞ୍ଜିଗଡ଼ରୁ ଦୁଖଗଶ୍ୟାମ ନାଗ(ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.