ମାଲବାହୀ ଟ୍ରେନ ସମ୍ମୁଖକୁ ଡେଇଁ ଗୋଟିଏ ପରିବାରର ୩ଜଣଙ୍କ ଆତ୍ମହତ୍ୟା

କାଶିପୁର: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେଳ ଷ୍ଟେସନ ଠାରୁ ୧୩/୧୪ କିମି ପୂର୍ବ ସିଙ୍ଗାରାମ୍ ରେଳ ଷ୍ଟେସନରେ ଗୋଟିଏ ପରିବାରର ୩ଜଣ ଆତ୍ମହତ୍ୟା କରିଥିବା ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରାପ୍ତ ସୂଚନା ଅନୁସାରେ ଦଶମନ୍ତପୁର ବ୍ଲକ ଚିକାମ୍ ଗ୍ରାମର କେଶବ ସୁବୁଦ୍ଧି (୪୦) ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ ନିଜ ପରିବାର ସହ ଟିକିରି ଅଞ୍ଚଳର ପୋଡ଼ାପାଡି ଗ୍ରାମରେ ବାସ କରି ଆସୁଥିଲେ। ସୋମବାର ସକାଳ ପ୍ରାୟ ୯ ଟା ସମୟରେ କେଶବ ସୁବୁଦ୍ଧି ଏବଂ ଦୁଇ ସନ୍ତାନ ପୁଅ ସିଦ୍ଧୁ (୫) ଓ ଝିଅ ଶ୍ରୀୟା (୧୨)କୁ ବୁଲିବାକୁ ଯିବା କହି ଡାକି ନେଇଥିଲେ। ଟ୍ରେନ ଆସିବା ବିଳମ୍ବ ହେବା ଯୋଗୁଁ ସୀଙ୍ଗାରାମ୍ ଷ୍ଟେସନରେ କିଛି ସମୟ ଅପେକ୍ଷା କରିଥିଲେ। ରାୟଗଡ଼ାରୁ କୋରାପୁଟ ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମ ହତ୍ୟା କରିଥିବା ଜଣା ପଡିଛି‌। ଝିଅ ଖସି ପଳାଉଥିବା ବେଳେ ତାଙ୍କୁ ଟାଣି ଆଣି ଟ୍ରେନ ସମ୍ମୁଖକୁ ଠେଲି ଆତ୍ମ ହତ୍ୟା କରିଥିବା ସେଇଠି ଥିବା କିଛି କର୍ମଚାରୀ କହିଛନ୍ତି। ଆତ୍ମହତ୍ୟା ନ କରିବାକୁ ବହୁତ ଚେଷ୍ଟା କରିବା ପରେ ମଧ୍ୟ ସେ ଶୁଣି ନ ଥିବ କହିଛନ୍ତି କିଛି ଲୋକ।ଘଟଣା ସ୍ଥଳରେ ଲକ୍ଷ୍ମୀପୁର ଆରପିଏଫ ଓ ଲକ୍ଷ୍ମୀପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛଦ ପାଇଁ ନେଇ ଥିଲେ।ପାରିବାରିକ କଳହ ଯୋଗୁ ଆତ୍ମ ହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

Udyog Nursery
Udyogi Nursery

କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.